କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଉ ୩୫୫୪ କରୋନା ଆକ୍ରାନ୍ତ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଉ ୩୫୫୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୩୫୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୦୨୮ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୫୨୬ ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୩୩, ବାଲେଶ୍ୱରରେ ୨୭୧, ବରଗଡ଼ରେ ୩୧, ଭଦ୍ରକରେ ୧୫୮, ବଲାଙ୍ଗୀରରେ ୩୧, ବୌଦ୍ଧରେ ୩୩, କଟକରେ ୫୦୧, ଦେବଗଡରେ ୮, ଢେଙ୍କାନାଳରେ ୫୬, ଗଜପତିରେ ୨୪, ଗଞ୍ଜାମରେ ୨୨, ଜଗତସିଂହପୁରରେ ୧୪୫, ଯାଜପୁରରେ ୨୫୬, ଝାରସୁଗୁଡ଼ାରେ ୧୧, କଳାହାଣ୍ଡିରେ ୨୧, କନ୍ଧମାଳରେ ୩୮, କେନ୍ଦ୍ରାପଡ଼ାରେ ୧୧୯, କେନ୍ଦୁଝରରେ ୬୫, ଖୋର୍ଦ୍ଧାରେ ୬୫୧, କୋରାପୁଟରେ ୬୯, ମାଲକାନାଗିରିରେ ୬୧, ମୟୂରଭଞ୍ଜରେ ୧୯୬, ନବରଙ୍ଗପୁରରେ ୨୨, ନୟାଗଡ଼ରେ ୧୦୦, ନୂଆପଡ଼ାରେ ୨୦, ପୁରୀରେ ୨୩୩, ରାୟଗଡ଼ାରେ ୬୧, ସମ୍ବଲପୁରରେ ୧୮, ସୋନପୁରରେ ୨୯, ସୁନ୍ଦରଗଡ଼ରେ ୭୧ ଓ ରାଜ୍ୟ ପୁଲରେ ୧୦୦ ଜଣ ସଂକ୍ରମିତ ହୋଇଛନ୍ତି ।




admin 