କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୬୭ ଜଣଙ୍କ ମୁଣ୍ଡ ନେଲା କରୋନା
କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୬୭ ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : କରୋନାରେ ଆଉ ୬୭ ଜଣଙ୍କର ମୃତୁ୍ୟ ଘଟିଛି । ଅଡ଼ିଟ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଫଳରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪୯୯୨ରେ ପହଁଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବରଗଡ଼ରେ ୪, ଭଦ୍ରକରେ ୧, ବୌଦ୍ଧରେ ୧, ଗଜପତିରେ ୧, ଗଞ୍ଜାମରେ ୮, ଜଗତସିଂହପୁରରେ ୧, କଳାହାଣ୍ଡିରେ ୧, ଖୋର୍ଦ୍ଧାରେ ୨୫, ମୟୂରଭଞ୍ଜରେ ୬, ନୟାଗଡ଼ରେ ୩, ପୁରୀରେ ୬ ଓ ସୁନ୍ଦରଗଡ଼ରେ ୭ ଜଣଙ୍କର ମୃତୁ୍ୟ ଘଟିଛି ।
ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୯, ବାଲେଶ୍ୱରରେ ୧୬୧, ବରଗଡ଼ରେ ୧୫, ଭଦ୍ରକରେ ୭୬, ବଲାଙ୍ଗୀରରେ ୪, ବୌଦ୍ଧରେ ୬, କଟକରେ ୩୦୮, ଦେବଗଡ଼ରେ ୧, ଢେଙ୍କାନାଳରେ ୭୦, ଗଞ୍ଜାମରେ ୩, ଗଜପତିରେ ୪, ଜଗତସିଂହପୁରରେ ୮୭, ଯାଜପୁରରେ ୧୭୫, ଝାରସୁଗୁଡ଼ାରେ ୯, କଳାହାଣ୍ଡିରେ ୧୩, କନ୍ଧମାଳରେ ୧୪, କେନ୍ଦ୍ରାପଡ଼ାରେ ୫୫, କେନ୍ଦୁଝରରେ ୪୪, ଖୋର୍ଦ୍ଧାରେ ୫୧୦, କୋରାପୁଟରେ ୨୮, ମାଲକାନାଗିରିରେ ୨୫, ମୟୂରଭଞ୍ଜରେ ୯୨, ନବରଙ୍ଗପୁରରେ ୧୬, ନୟାଗଡ଼ରେ ୭୫, ନୂଆପଡ଼ାରେ ୨, ପୁରୀରେ ୯୪, ରାୟଗଡ଼ାରେ ୨୨, ସମ୍ବଲପୁରରେ ୨୪, ସୋନପୁରରେ ୧୩, ସୁନ୍ଦରଗଡ଼ରେ ୫୪, ଓ ରାଜ୍ୟରେ ୯୩ ଜଣ ସଂକ୍ରମିତ ହୋଇଛନ୍ତି ।




admin 