କରୋନାରେ ଫଟୋ ସାମ୍ବାଦିକଙ୍କ ମୃତୁ୍ୟ

କରୋନାରେ ଫଟୋ ସାମ୍ବାଦିକଙ୍କ ମୃତୁ୍ୟ

କରୋନାରେ ଫଟୋ ସାମ୍ବାଦିକଙ୍କ ମୃତୁ୍ୟ
ଯାଜପୁରଟାଉନ: ଯାଜପୁରରେ କାର୍ଯ୍ୟରତ ଫଟୋ ସାମ୍ବାଦିକ ଅଶୋକ ସାହୁ (୫୫)ଙ୍କର କରୋନାରେ ମୃତୁ୍ୟ ହୋଇଛି । ଅଶୋକ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଦୈନିକ ଖବରକାଗଜରେ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ । ଅଶୋକ ଗତ କିଛି ମାସ ଧରି ଅସୁସ୍ଥ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କିମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିମ୍ସରେ ୨ ସପ୍ତାହ ଧରି ଚିକିତ୍ସିତ ହେବା ପରେ ତାଙ୍କର ମୃତୁ୍ୟ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି ।