କରୋନା ସଂକ୍ରମିତ ହେଲେ ଜୟା ବଚ୍ଚନ୍
କରୋନା ସଂକ୍ରମିତ ହେଲେ ଜୟା ବଚ୍ଚନ୍
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଘରେ ପୁଣି ପଶିଛି କରୋନା। ଏଥର ପତ୍ନୀ ଜୟା ବଚ୍ଚନ କରୋନା ସଂକ୍ରମିତ ହୋଇଛନ୍ତି। ସେ ଏବେ ଆଇସୋଲେସନରେ ଅଛନ୍ତି। ୨୦୨୦ରେ ଜୟା ବଚ୍ଚନଙ୍କୁ ଛାଡି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ୟ୍ୟା ରାୟ ଓ ନାତୁଣୀ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇଥିଲେ।
ନିକଟରେ ଜୟା ବଚ୍ଚନ କରଣ ଜୋହରଙ୍କ ଅପ୍କମିଂ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ଶୁଟିଂ ପାଇଁ ଯାଇଥିଲେ। ଏହି ଶୁଟିଂ ବେଳେ ଅଭିନେତ୍ରୀ ଶବନା ଆଜମୀ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଏବେ ଜୟା ବଚ୍ଚନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣ ଅଭିନେତ୍ରୀ ସଂକ୍ରମିତ ହେବା ପରେ ଫିଲ୍ମର ଶୁଟିଂ ପ୍ରଭାବିତ ହୋଇଛି।
ଏହି ଫିଲ୍ମରେ ଶବାନା ଆଜମୀ ଓ ଜୟା ବଚ୍ଚନଙ୍କ ସମେତ ବଲିଉଡର ହି’ମ୍ୟାନ ଧର୍ମେନ୍ଦ୍ର ମଧ୍ୟ ଅଛନ୍ତି। ଫିଲ୍ମର ଲିଡ୍ ରୋଲ୍ରେ ରଣବୀର ସିଂହ ଓ ଆଲିଆ ଭଟ୍ଟ ନଜର ଆସିବେ। ଗତ ବର୍ଷ କରଣ ଜୋହର ଏହି ଫିଲ୍ମ ତିଆରି କରିବା ନେଇ ଘୋଷଣା କରିଥିଲେ।




admin 