କରହଲ୍‌ରୁ ପ୍ରାର୍ଥିପତ୍ର ଦାଖଲ କଲେ ଅଖିଳେଶ ଯାଦବ

କରହଲ୍‌ରୁ ପ୍ରାର୍ଥିପତ୍ର ଦାଖଲ କଲେ ଅଖିଳେଶ ଯାଦବ

କରହଲ୍‌ରୁ ପ୍ରାର୍ଥିପତ୍ର ଦାଖଲ କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନ ଏବେ ରୋଚକ ହେଉଛି। ବିଶେଷକରି ସମାଜବାଦୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଲଢ଼େଇ ଜୋରଦାର ହେଉଛି। ତେବେ ଚଳିତ ନିର୍ବାଚନରେ ବିଜେପିର ଚ୍ୟାଲେଞ୍ଜକୁ ଗ୍ରହଣ କରି ଅଖିଳେଶ ଯାଦବ ଆଜି ଉତ୍ତରପ୍ରଦେଶର କରହଲ୍‌ ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ବଡ଼କଥା ହେଉଛି ଅଖିଳେଶ ଚଳିତ ବର୍ଷ ପ୍ରଥମ ଥର ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। କରହଲ୍‌ ଅଖିଳେଶଙ୍କ ପାଇଁ ସୁରକ୍ଷିତ ଆସନ କୁହାଯାଇଛି। ମୈନପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଏହା ଆସୁଛି। ତେବେ ମୈନପୁର ସପାର ଗଡ଼ ଭାବେ ପରିଚିତ। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଗୋରଖ୍‌ପୁର ସହର ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ୨୦୧୨ ନିର୍ବାଚନରେ ଏଠାରେ ସମାଜବାଦୀ ପାର୍ଟି ଭଲ ବ୍ୟବଧାନରେ ବିଜୟ ହୋଇଥିଲା। ଏହି ଆସନରୁ ଅଖିଳେଶ ଯାତବ ନିର୍ବାଚନ ଲଢ଼ୁଥିବାରୁ ଏହାର ପ୍ରଭାବ ଆଖପାଖର ଆସନ ଉପରେ ପଡ଼ିବ। ଏହି ରଣକୌଶଳକୁ ଆପଣାଇ ସପା ପକ୍ଷରୁ ସେ ଏଠାରେ ନିର୍ବାଚନ ଲଢ଼ୁଛନ୍ତି।