୧୦୭ ପୌରାଧ୍ୟକ୍ଷ ପାଇଁ ଚୂଡାନ୍ତ ସଂରକ୍ଷଣ ବିଜ୍ଞପ୍ତି
୧୦୭ ପୌରାଧ୍ୟକ୍ଷ ପାଇଁ ଚୂଡାନ୍ତ ସଂରକ୍ଷଣ ବିଜ୍ଞପ୍ତି
ଭୁବନେଶ୍ୱର: ପୌର ନିର୍ବାଚନ ଦିଗରେ ଆଗେଇଛି ପ୍ରକ୍ରିୟା। ଆଜି ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୦୭ ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ ଓ ଅନୁସୂଚିତ ଜାତିଙ୍କ ପାଇଁ ୮ ସଂରକ୍ଷିତ ରହିଥିବାବେଳେ ଜନଜାତିଙ୍କ ପାଇଁ ୩ ଓ ଜନଜାତି ମହିଳାଙ୍କ ପାଇଁ ୫ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ସେହିପରି ମହିଳାଙ୍କ ପାଇଁ ୪୦ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ଓ ୪୨ଟି ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଥିବା ସୂଚନା ମିଳିଛି ।
ବିଜ୍ଞପ୍ତି ମୁତାବକ ଚାନ୍ଦବାଲି ଏନ୍ଏସି, ବିଜେପୁର ଏନ୍ଏସି, ରେମୁଣା ଏନ୍ଏସି, ଦଶପଲ୍ଲା ଏନ୍ଏସି, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି, ପଦ୍ମପୁର ଏନ୍ଏସି, ନୀଳଗିରି ଏନ୍ଏସି, ତରଭା ଏନ୍ଏସି ଓ ପୋଲସରା ଏନ୍ଏସିର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
ତେବେ ଜି.ଉଦୟଗିରି ଏନ୍ଏସି, କାଶୀନଗର ଏନ୍ଏସି, କରଞ୍ଜିଆ ଏନ୍ଏସି, ଗୁଣୁପୁର ମ୍ୟୁନିସିପାଲିଟି, ଖରିଆର ରୋଡ୍ ଏନ୍ଏସି, ବାସୁଦେବପୁର ମ୍ୟୁନିସିପାଲିଟି, ଛତ୍ରପୁର ଏନ୍ଏସି, ରମ୍ଭା ଏନ୍ଏସି, ସୁନ୍ଦରଗଡ଼ ମ୍ୟୁନିସିପାଲିଟି, ଉଦଳା ଏନ୍ଏସି, ଚିକିଟି ଏନ୍ଏସି, ବାଲେଶ୍ୱର ମ୍ୟୁନିସିପାଲିଟି, ଟିଟିଲାଗଡ଼ ମ୍ୟୁନିସିପାଲିଟି, ଜଗତସିଂହପୁର ମ୍ୟୁନିସିପାଲିଟି, ଭଦ୍ରକ ମ୍ୟୁନିସିପାଲିଟି, ଯାଜପୁର ମ୍ୟୁନିସିପାଲିଟି, ଧର୍ମଗଡ଼ ଏନ୍ଏସି, ବରଗଡ଼ ମ୍ୟୁନିସିପାଲିଟି, ପୁରୁଷତ୍ତୋମପୁର ଏନ୍ଏସି, ନିମାପଡ଼ା ଏନ୍ଏସି, ଭବାନୀପାଟଣା ମ୍ୟୁନିସିପାଲିଟି, ବଲାଙ୍ଗିର ମ୍ୟୁନିସିପାଲିଟି, କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି, ସୋନପୁର ମ୍ୟୁନିସିପାଲିଟି, କୋଣାର୍କ ଏନ୍ଏସି, ଆଠଗଡ଼ ଏନ୍ଏସି, ଦେବଗଡ଼ ମ୍ୟୁନିସିପାଲିଟି, ରଣପୁର ଏନ୍ଏସି, ନୟାଗଡ଼ ମ୍ୟୁନିସିପାଲିଟି, ଗଞ୍ଜାମ ଏନ୍ଏସି, ଢେଙ୍କାନାଳ ମ୍ୟୁନିସିପାଲିଟି, ଫୁଲବାଣୀ ମ୍ୟୁନିସିପାଲିଟି,ଖୋର୍ଦ୍ଧା ମ୍ୟୁନିସିପାଲିଟି,ବାଲୁଗାଁ ଏନ୍ଏସି, ପୁରୀ ମ୍ୟୁନିସିପାଲିଟି, କେନ୍ଦୁଝରଗଡ଼ ମ୍ୟୁନିସିପାଲିଟି, ଖଣ୍ଡପଡ଼ା ଏନ୍ଏସି, ଚୌଦ୍ୱାର ମ୍ୟୁନିସିପାଲିଟି, ଆଠମଲ୍ଲିକ ଏନ୍ଏସି ଓ ବାଙ୍କୀ ଏନ୍ଏନ୍ସି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି।




admin 