କପିଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ସୁମୋନା
କପିଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ସୁମୋନା
ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲ୍ ‘ଦ କପିଲ ଶର୍ମା ଶୋ’ କପିଲ ଶର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଏହି ଶୋର ଅନ୍ୟତମ ଅଭିନେତ୍ରୀ ‘ଭୁରି’ ଓରଫ୍ ସୁମୋନା ଚକ୍ରବର୍ତ୍ତୀ। ନିକଟରେ ସୁମୋନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ କପିଲଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଥିବା ଦେଖିବାକୁ ମିଳିଛି।
ବାସ୍ତବରେ ସୁମୋନାଙ୍କର ଏହି ଭିଡିଓଟି ବହୁ ପୁରୁଣା। ପ୍ରସିଦ୍ଧ ଲେଖକ ଚେତନ ଭାଗବତ, ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଏହି ଶୋ’ରେ ସେମାନଙ୍କର ଫିଲ୍ମ ‘ହାପ୍ ଗର୍ଲଫ୍ରେଣ୍ଡ’ର ପ୍ରମୋସନ ପାଇଁ ଆସିଥିଲେ। ଏହି ସମୟରେ କପିଲ ପୂର୍ବପରି ସୁମୋନାଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସୁମୋନା କହିଥିଲେ ଯେ କପିଲ ମୋ ପ୍ରତି ଇର୍ଷା କରନ୍ତି। ପ୍ରକୃତରେ ଏସବୁ ଶୋ’ର ଏକ ଅଂଶ ଥିଲା ଏବଂ ଏହା ସମସ୍ତଙ୍କୁ ଥଟ୍ଟା ଢଙ୍ଗରେ କୁହାଯାଇଥିଲା। ତେବେ କପିଲ ଓ ସୁମୋନାଙ୍କ ଏହି ପୁରୁଣା ଭିଡିଓଟି ଏବେ ସୋଶିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।




admin 