କନ୍ୟାକୁ ଶାଶୂଘରେ ଛାଡ଼ି ଆସିବା ପରେ ଦୁର୍ଘଟଣା, ୨ ମୃତ

କନ୍ୟାକୁ ଶାଶୂଘରେ ଛାଡ଼ି ଆସିବା ପରେ ଦୁର୍ଘଟଣା, ୨ ମୃତ

କନ୍ୟାକୁ ଶାଶୂଘରେ ଛାଡ଼ି ଆସିବା ପରେ ଦୁର୍ଘଟଣା, ୨ ମୃତ

ବରଗଡ଼ : ବାହାଘର ପରେ କନ୍ୟାକୁ ଶାଶୂ ଘରେ ଛାଡ଼ିବାକୁ ଯାଇଥିଲେ। ସେଠାରେ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ କୁତପାଲି ଦୁଇମୁହାଣି ଆଇଟିଆଇ କଲେଜ ସମ୍ମୁଖରେ।

ପ୍ରାୟ ୩୦ ଜଣ ଲୋକ ଏକ ପିକ୍ଅପ୍ ଭ୍ୟାନ୍ରେ ବରପାଲି ଥାନା କୁମ୍ଭାରୀ ଗାଁରୁ କନ୍ୟା ଛାଡ଼ିବାକୁ ଭେଡେନ ଥାନା ମାନପୁର ପଂଚାୟତର ଗଳିମା ଗାଁକୁ ଯାଇଥିଲେ। ସେଠାରେ ଭୋଜି ଖାଇ ସାରିବା ପରେ କୁମ୍ଭାରୀକୁ ଫେରୁଥିଲେ। ହେଲେ ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଦୁଇମୁହାଣି ଆଇଟିଆଇ କଲେଜ ସମ୍ମୁଖରେ ପିକ୍ଅପ୍ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପ୍ରାୟ ୧୦ ଫୁଟ ଗଭୀରର ଏକ ଖାଲରେ ଓଲଟି ପଡ଼ିଥିଲା।