କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

ନିଷ୍ଠାର ସହ କାମ କରିଥିଲେ ଆଶା ଦିଦି । ଏହା ବଦଳରେ କିନ୍ତୁ କିଛି ଆଶା କରିନଥିଲେ । ହେଲେ ଭଗବତ୍ ଗୀତାରେ ଲେଖାଅଛି କର୍ମ କରିଚାଲ ଫଳ ନିଶ୍ଚିତ ମିଳିବ । ଶିବାନୀ ଦିଦିଙ୍କୁ ତାଙ୍କ ସତ କର୍ମର ଫଳ ମିଳିଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ପକ୍କାଘର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାଶ ଯୋଜନାରେ ଘର ପ୍ରଦାନ କରାଯିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାତ୍ର ଗୋଟିଏ ଦିନ ବ୍ୟବଧାନରେ ଶିବାନୀ ଦିଦିଙ୍କ ପାଖରେ ପହଁଞ୍ଚିଛି ଆବାସ ଯୋଜନାର WORK ORDER  । ନିଜେ ବିଡିଓ ବାବୁ ଆଶାଦିଦିଙ୍କ ନୁଆଁଣିଆ ଭଙ୍ଗା ଦଦରା ଚାଳଘରେ ପହଁଞ୍ଚି WORK ORDER  ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ ତାଙ୍କର ମହତ କାମ ପାଇଁ ସମ୍ବଧିତ ମଧ୍ୟ କରିଛନ୍ତି ।

 ସମାଜ ପ୍ରତି ଅକୁଣ୍ଠିତ ଶେବା ମନଭାବ ରଖୁଥିବା ଆଶା ଦିଦି ଶିବାନୀ ମଣ୍ଡଲ ଏବେ ସମସ୍ତଙ୍କ ଆଦର୍ଶ ପାଲଟି ଯାଇଛନ୍ତି । କିନ୍ତୁ ଜାଣନ୍ତି ଶିବାନୀ ଦିଦି ନିଜେ ନିଜ ପରିବାର ସହ ମାଟିକାନ୍ଥ ଭଙ୍ଗାଦଦରା ନୁଆଣିଆ ଚାଳଘରେ ଅତି ଦୟନିୟ ଅବସ୍ଥାରେ ରହୁଛନ୍ତି । ସରକାରଙ୍କ ପ୍ରତିନିଧି ହୋଇବି ସବୁସରକାରୀ ଯୋଜନାରୁ ବଞ୍ଚିତଥିବା ତାଙ୍କର ଏହି ଘର, ସ୍ପଷ୍ଟ ସୂଚନା ଦେଉଛି । ସେବା କରିବା ବେଳେ ସେ କେବେ ଆଶା କରିନଥିଲେ କି କାହାକୁ କିଛି ଦାବି କରିନଥିଲେ । କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏବଂ ମୁଖ୍ୟମନ୍ତୀ ଆଶାଦିଦିକୁ ପଚାରିଲେ ତୁମର କଣ ଦରକାର ଦିଦି ? ସେତେବେଳେ ଦିଦି ଡରିଡରି ରୁଦ୍ଧ ଗଳାରେ କହିଥିଲେ ମୋର ଘର ନାହିଁ ଆଜ୍ଞା ଘରଟିଏ ମିଳିଲେ ଖୁସୀ ହେବି । କିନ୍ତୁ ଦିଦି ବୋଧୂଏ ଜାଣିନଥିଲେ ମୁଖ୍ୟମନ୍ତ୍ରୀ ହଁ କହିବାର 24 ଘଣ୍ଟା ଭିତରେ ଓ୍ବାର୍କ ଅଡର ଚାଲିଚାଲି ଆସି ତାଙ୍କ ଭଙ୍ଗା କୁଡିଆରେ ପହଁଞ୍ଚିବ ବୋଲି । ଦିଦି ସରକାରଙ୍କ ପାଖକୁ ଯାଇନାହାଁନ୍ତି, ମହତ କାମ ପାଇଁ ସରକାର ତାଙ୍କ ପାଖରେ ପହଁଞ୍ଚିଛନ୍ତି ।  ରାଜନଗର ବିଡିଓ ସରକାରଙ୍କର ଉପହାର ପ୍ରଦାନ କରିବା ସହିତ ଶିବାନି କରିଥିବା ମହତ କାମ ପାଇଁ ଫୁଲତୋଡା ଦେଇ ସମ୍ବର୍ଦ୍ଦିତ ମଧ୍ୟ କରିଛନ୍ତି ।

 ଏଠାରେ ସୂଚନା ଯୋଗ୍ୟ ଯେ ବାତ୍ୟା ସମୟରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସ୍ଥାନାନ୍ତରଣ କାମରେ ନିୟୋଜିତ ଥିଲେତାଳଚୁଆ ଖସମୁଣ୍ଡା ଗାଁ ରଆଶା କର୍ମୀ ଶିବାନୀ ମଣ୍ଡଳ।9 ଜଣ ବୟସ୍କ ବ୍ୟକ୍ତିଙ୍କୁ ନିଜ କାନ୍ଧରେବୋହି ସୁରକ୍ଷିତ ସ୍ଥାନ କୁ ନେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ସାଧାରଣ ଲୋକ ଏହାକୁ ପ୍ରଶନ୍ସା କରିଥିଲେ ।ଶିବାନୀଙ୍କର ଏହି କାର୍ଯ୍ୟ ପାଇଁ ସାରା ରାଜ୍ୟରୁ ପ୍ରଶଂସାର ସୁଅ ଛୁଟିଥିଲା।ନିରାଶ୍ରୟଙ୍କୁ ଉଦ୍ଧାର କରିବାର ଚିତ୍ର ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନିଜେ ଫୋନ ଯୋଗେ ଶିବାନୀଙ୍କ ସହ କଥା ହୋଇ ତାଙ୍କ ଭଲମନ୍ଦ ପଚାରି ବୁଝିଥିଲେ।