କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଆ ଓକିଲ
କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଆ ଓକିଲ
admin
Oct 19, 2020 - 12:14
Updated: Oct 19, 2020 - 12:14
ମୁମ୍ବାଇ/ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଓଡ଼ିଶାର ଜଣେ ଓକିଲ ବଳାକ୍ରାର ଧମକ ଦେବାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । କଙ୍ଗନାଙ୍କ ଫେସବୁକ ପୋଷ୍ଟ ଉପରେ ପ୍ରତିକି୍ରୟା ଦେଇ ଓକିଲ ଜଣକ ଏପରି ମନ୍ତବ୍ୟ ଦେଇଥିଲେ । କିନ୍ତୁ ପରେ ସେ ସଫେଇ ଦେଇଛନ୍ତି ଯେ ତାଙ୍କ ଆକାଉଣ୍ଟ ହ୍ୟାକ କରି କେହି ଏପରି ମନ୍ତବ୍ୟ ପୋଷ୍ଟ କରିଛି । ତେବେ ସେ ଏଥିପାଇଁ ଖୁବ୍ ଦୁଃଖିତ ଓ କ୍ଷମା ମାଗୁଛନ୍ତି । ଉକ୍ତ ଓକିଲଙ୍କ ପରିଚୟ ମେହନ୍ଦି ରେଜା ବୋଲି ଜଣାପଡ଼ିଛି । ସେ ଝାରସୁଗୁଡ଼ା ଜିଲ୍ଲା ଓ ସେସନ୍ସ କୋର୍ଟରେ ଓକିଲାତି କରୁଛନ୍ତି ।
ରିପୋର୍ଟ ଅନୁଯାୟୀ, ନବରାତି୍ର ଉତ୍ସବରେ ଆରମ୍ଭ ହୋଇଥିବା ବେଳେ ନିଜର ଫ୍ୟାନମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କଙ୍ଗନା ଏକ ଫେସବୁକ ପୋଷ୍ଟ କରିଥିଲେ । ସେଥିରେ ଲେଖିଥିଲେ ‘ଆଉ କିଏ କିଏ ଆଜି ନବରାତି୍ରର ଉପବାସ କରୁଛନ୍ତି? ମୁଁ ବି ଉପବାସ କରୁଛି ଏବଂ ଆଜି ନବରାତି୍ର ପାଳନର ଫଟୋ ଏଠାରେ ଅପଲୋଡ଼ କରିଛି । କିନ୍ତୁ ସେ ପଟେ ମୋ ବିରୋଧରେ ଆଜି ଆଉ ଏକ ମାମଲା ଦାୟର କରାଯାଇଛି । ଲାଗୁଛି ଯେମିତି ପପ୍ପୁ ସେନାର ମୋ ପ୍ରତି ବହୁତ ଦୁର୍ବଳତା ଅଛି । ତେବେ ବ୍ୟସ୍ତ ହୁଅନାହିଁ । ମୁଁ ଖୁବଶୀଘ୍ର ସେଠାକୁ ଫେରିବି ।’ କଙ୍ଗନାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ନବରାତି୍ର ଶୁଭେଚ୍ଛା ଜଣାଇଥିଲେ ଏବଂ ସେ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଯେପରି ଲଢ଼ୁଛନ୍ତି ତାହାର ଉଚ୍ଚ ପ୍ରଶଂସା କରିଥିଲେ । କିନ୍ତୁ କିଛି ବ୍ୟକ୍ତି ତାଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ ।
ଓଡ଼ିଶାର ଓକିଲ ମେହନ୍ଦି ରେଜା ଉକ୍ତ ପୋଷ୍ଟର କମେଣ୍ଟ ବକ୍ସରେ ଲେଖିଥିଲେ ଯେ ‘ତମକୁ ସହର ମଝିରେ ଦୁଷ୍କର୍ମ କରାଯିବା ଦରକାର ।’ ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା । କଙ୍ଗନାଙ୍କ ଅନେକ ଫ୍ୟାନ ତାଙ୍କର ଏଭଳି ମନ୍ତବ୍ୟର ପ୍ରତିବାଦ କରି ପ୍ରଶ୍ନ କରିଥିଲେ ଯେ ସେ ଜଣେ ଓକିଲ ହୋଇକରି ବି ଏଭଳି ମନ୍ତବ୍ୟ କିପରି ଦେଉଛନ୍ତି? ଏହି ବିବାଦ ପରେ ରେଜା ଆଉ ଏକ ପୋଷ୍ଟ କରିଥିଲେ । ସେଥିରେ ସେ ଲେଖିଛନ୍ତି ଯେ ‘ଆଜି ସନ୍ଧ୍ୟାରେ କେହି ମୋ ଫେସବୁକ ଆକାଉଣ୍ଟ ହ୍ୟାକ କରି ଏଭଳି ମନ୍ତବ୍ୟ ପୋଷ୍ଟ କରିଛି । କୌଣସି ମହିଳା କିମ୍ବା ସମୁଦାୟ ସମ୍ପର୍କରେ ମୁଁ ଏଭଳି ଆଭିମୁଖ୍ୟ ରଖେ ନାହିଁ । ମୁଁ ନିଜେ ଏହାକୁ ନେଇ ସ୍ତବ୍ଧ ଏବଂ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି ମୁଁ ସମସ୍ତଙ୍କୁ ନିବେଦନ କରିବାକୁ ଚାହେଁ କି ସମସ୍ତେ ମୋର କ୍ଷମା ପ୍ରାର୍ଥନାକୁ ଗ୍ରହଣ କରନ୍ତୁ ଏବଂ ଏଭଳି ମନ୍ତବ୍ୟ ଯୋଗୁଁ ଯେଉଁମାନଙ୍କ ଭାବନାକୁ ଆଘାତ ଲାଗିଛି ସେମାନେ ମୋତେ କ୍ଷମା କରିଦିଅନ୍ତୁ । ମୁଁ ବାସ୍ତବରେ ଏଥିପାଇଁ ଖୁବ୍ ଦୁଃଖିତ ।