ନିଜ ବାୟୋପିକରେ ନିଜେ ଅଭିନୟ କରିବେ ସୋନୁ ସୁଦ୍!

ନିଜ ବାୟୋପିକରେ ନିଜେ ଅଭିନୟ କରିବେ ସୋନୁ ସୁଦ୍!

ନିଜ ବାୟୋପିକରେ ନିଜେ ଅଭିନୟ କରିବେ ସୋନୁ ସୁଦ୍!
ଲକଡାଉନ ସମୟରେ ପ୍ରବାସୀଙ୍କୁ ସହଯୋଗର ହାତ ବଢ଼ାଇ ପ୍ରଶଂସା ସାଉଁଟିଥିବା ଅଭିନେତା ସୋନୁ ସୁଦଙ୍କ ବାୟୋପିକ ପାଇଁ କେତେକ ଫିଲ୍ମ ନିର୍ମାତା ଆଗ୍ରହ ପ୍ରକାଶ କରିଛନ୍ତି । ସୋନୁ ଏ ନେଇ ନିଜ ପ୍ରତିକି୍ରୟା ରଖି କହିଛନ୍ତି ମୋ’ବାୟୋପିକ ଏବେ ନିର୍ମାଣ ହେଉ ଏହା ମୁଁ ଚାହେଁନା । ମୋତେ ଜୀବନରେ ଅନେକ କିଛି ହାସଲ କରିବାର ଅଛି । ଏଭଳି ଭାବେ ତରବରିଆ ଭାବେ ବାୟୋପିକ ନିର୍ମାଣ କରିବା ଉଚିତ ହେବନି । ତେବେ ଯଦି ତାଙ୍କର ବାୟୋପିକ ନିର୍ମାଣ ହୁଏ ସେ କାହାକୁ ନିଜ ଭୂମିକାରେ ଦେଖିବାକୁ ଚାହାଁନ୍ତି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସୋନୁ କହିଛନ୍ତି, ମୋ ବାୟୋପିକରେ ମୁଁ ନିଜେ ଅଭିନୟ କରିବାକୁ ଚାହୁଁଛି । କେବଳ ଏହି ସର୍ତ୍ତରେ ହିଁ ମୁଁ ବାୟୋପିକ କରିବାକୁ ରାଜି ହେବି ।