କଙ୍ଗନାଙ୍କୁ ଡେଙ୍ଗୁ ଜ୍ୱର

କଙ୍ଗନାଙ୍କୁ ଡେଙ୍ଗୁ ଜ୍ୱର

କଙ୍ଗନାଙ୍କୁ ଡେଙ୍ଗୁ ଜ୍ୱର

ମୁମ୍ବାଇ: ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରାଣାୱତ ଡେ଼ଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଜ୍ୱର ନ କମିବାରୁ ସେ ସୋମବାର ଡ଼ାକ୍ତରଖାନା ଯାଇଥିଲେ । ରକ୍ତ ପରୀକ୍ଷା କରିବା ପରେ ସେ ଡେ଼ଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । କଙ୍ଗନାଙ୍କ ଧଳା ରକ୍ତ କଣିକା କମିଯାଇଛି । ଏବଂ ତାଙ୍କ ଶରୀରର ତାପମାତ୍ରା ଅତ୍ୟଧିକ ରହିଛି ବୋଲି ଡ଼ାକ୍ତର କହିଛନ୍ତି। ତେବେ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଡ଼ାକ୍ତର କହିଛନ୍ତି ।

କଙ୍ଗନାଙ୍କ ପ୍ରଡ଼କ୍ସନ୍ ହାଉସ ମଣିକର୍ଣ୍ଣକା ଫିଲ୍ମର ଅଫିସିଆଲ ହ୍ୟାଣ୍ଡେଲର ଏକ ଇନଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡ଼ିଛି । ଅସୁସ୍ଥତା ସତ୍ତ୍ୱେ ସେ ସେଟରେ କାମ କରୁଛନ୍ତି ।