ବିହାରର ବାଜିଗର

ବିହାରର ବାଜିଗର

ବିହାରର ବାଜିଗର

ପାଟନା: ନୀତିଶ କୁମାର ୧୯୭୭ ଓ ୧୯୮୦ରେ ବିଧାନସଭା ନିର୍ବାଚନ ହାରି ଯାଇଥିଲେ  । ୧୯୮୫ରେ ସେ ପ୍ରଥମ ଥର ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ  । ୧୯୮୯ରେ ନୀତିଶ କୁମାର ପ୍ରଥମ ଥର ଲୋକସଭା ନିର୍ବାଚନରେ ବାଜିମାତ କରିବା ସହ କେନ୍ଦ୍ରମନ୍ତ୍ରୀ ହୋଇଥିଲେ  । ପରେ ସେ ୧୯୯୧, ୧୯୯୬, ୧୯୯୮, ୧୯୯୯ ଓ ୨୦୦୪ରେ ଲୋକସଭାକୁ ଯାଇଥିଲେ  । ବାଜପେୟୀଙ୍କ ସରକାରରେ ନୀତିଶ ବିଭିନ୍ନ ବିଭାଗର ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ  ।

୨୦୦୦ ମସିହାରେ ସେ ସାତ ଦିନ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ  । ତେବେ ୨୦୦୫ରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ସହ ବିହାର ରାଜନୀତିକୁ କବଜା କରି ରଖିଛନ୍ତି  । ଲାଲୁ ଯାଦବଙ୍କ ପତନ ପରେ ନୀତିଶ କୁମାର ହିଁ ଟାଣୁଆ ନେତା ଭାବେ ଉଭା ହୋଇଛନ୍ତି  । କେବେ ଲାଲୁଙ୍କ ଆରଜେଡ଼ି ସହ ଆଉ କେବେ ବିଜେପି ସହଯୋଗରେ ସେ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି  । ନୀତିଶ କୁମାରଙ୍କ ଦଳ ଏକ ନମ୍ବର ରହୁ କି ତିନି ନମ୍ବର, ସେ ଲଗାତାର ମୁଖ୍ୟମନ୍ତ୍ରୀ ରହି ଆସୁଛନ୍ତି, ସେଥିପାଇଁ ତ ବିହାର ରାଜନୀତିର ସେ ହେଉଛନ୍ତି ବାଜିଗର।