କଖାରୁ ଖାଇବା ଦ୍ବାରା ମିଳିଥାଏ ଏହି ଉପକାର
କଖାରୁ ଖାଇବା ଦ୍ବାରା ମିଳିଥାଏ ଏହି ଉପକାର
ଖାଦ୍ୟ ଆମର ଦୈନିକ ଆବଶ୍ୟକତା। ହେଲେ ଲୋକଙ୍କ ମଧ୍ୟରେ ଖାଦ୍ୟକୁ ନେଇ ପସନ୍ଦ ଓ ଅପସନ୍ଦ ବି ରହିଛି। କିଛି ଲୋକ ଅଛନ୍ତି ସେମାନେ ପରିବାକୁ ନେଇ ବାଛ ବିଚାର ରଖନ୍ତି। ପରିବା ନାଁ ଶୁଣିଲେ ଚିଡନ୍ତି, କାରଣ ସେମାନଙ୍କୁ ପରିବା ଖାଇବା ପସନ୍ଦ ହୋଇ ନଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଆମିଷଠାରୁ ପରିବାରୁ ଅଧିକ ଭିଟାମିନ୍ ମିଳିଥାଏ। ସେହିଭଳି ଏକ ପରିବା ହେଉଛି କଖାରୁ। ଏହାକୁ ଭାରତର ଜାତୀୟ ପରିବା କୁହାଯାଏ। କାରଣ କଖାରୁରୁ କିଛି ଏଭଳି ପୋଷକ ତତ୍ତ୍ୱ ମିଳିଥାଏ ଯାହା ଅନ୍ୟ କୌଣସି ପରିବାରୁ ମିଳେନାହିଁ । ଏଥିରେ ସାଚୁରେଟେଡ ଫ୍ୟାଟ ନଥାଏ, ଯାହା ଦ୍ୱାରା କୋଲଷ୍ଟ୍ରୋଲର ମାତ୍ରା ଶରୀରରେ ଠିକ ରହିଥାଏ । ଏହା ଖାଇବା ହୃଦରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ସହିତ ଏଥିରୁ ମିଳୁଥିବା ଡାଇଟାରୀ ଫାଇବର ପେଟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । କଖାରୁରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ଏଥିରୁ ମୁଖ୍ୟତଃ ବିଟା କେରୋଟିନ ଓ ଭିଟାମିନ୍ ଏ ମଧ୍ୟ ମିଳିଥାଏ । ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ଠିକ୍ ରହିଥାଏ ଯାହା ମଧୁମେୟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କଖାରୁରେ କିଛି ଏଭଳି ମିନେରାଲ୍ସ ଅଛି ଯାହା ମସ୍ତିଷ୍କର କୋସିକାକୁ ଆରାମ ଦେଇଥାଏ । କଖାରୁ ଜୁସ୍ର ସେବନ ଭରପୁର ମାତ୍ରାରେ କରିବା ଉଚିତ୍ । ଏଥିରୁ ଅଧିକ ମାତ୍ରାରେ ମିଳୁଥିବା ଜିଙ୍କ୍ ଶରୀରକୁ ସରକ୍ଷା ଦେବାରେ କାମ କରିଥାଏ ଓ ଏଥିରେ ଭିଟାମିନ୍ ଏ ଓ ଭିଟାମିନ ସି ଓ ବିଟା କେରାଟିନ ରହିଥିବାରୁ ଏହା ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ । ଏହାର ଫେସପ୍ୟାକ ମୁହଁରେ ଲଗାଇବା ଦ୍ୱାରା ମୁଖ ଉଜ୍ୱଳ ହୋଇଥାଏ ।




admin 