କଂଗ୍ରେସ ପିଆଜ କିଲୋ ୪୦ ଟଙ୍କା

କଂଗ୍ରେସ ପିଆଜ କିଲୋ ୪୦ ଟଙ୍କା

କଂଗ୍ରେସ ପିଆଜ କିଲୋ ୪୦ ଟଙ୍କା
ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପିଆଜ ଦରବୃଦ୍ଧି ନେଇ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ଟ୍ରଲି ଯୋଗେ କର୍ମୀମାନେ ପିଆଜ ବିକ୍ରି କରିଥିଲେ । ପିଆଜ କିଲୋ ୪୦ ଟଙ୍କା ରଖାଯାଇଥିବାବେଳେ ଜଣଙ୍କୁ କେବଳ ୫୦୦ ଗ୍ରାମ ପିଆଜ ହିଁ ବିକ୍ରି କରାଯାଇଥିଲା । ପିଆଜ କିଣିବା ପାଇଁ ସେଠାରେ ବହୁ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା । କଂଗ୍ରେସ ପିଆଜ କିଲୋ ୪୦, କଂଗ୍ରେସ ପିଆଜ କିଲୋ ୪୦ ବୋଲି ଡାକବାଜି ଯନ୍ତ୍ରରେ ମଧ୍ୟ ଘୋଷଣା କରାଯାଇଥିଲା । ଶ୍ରୀ ଚୌଧୁରୀ ଓ ଅନ୍ୟ କଂଗ୍ରେସ ନେତାମାନେ ନିଜେ ଓଜନ କରି କାଗଜ ଠୁଙ୍ଗାରେ ପିଆଜ ଦେଇଥିଲେ । କଂଗ୍ରେସର ଏଭଳି ଅଭିନବ ପ୍ରତିବାଦକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି ହୋଇଛି । ଏନେଇ ଶ୍ରୀ ଚୌଧୁରୀ କହିଛନ୍ତିଯେ, ପିଆଜ କିଲୋ ଏବେ ଶହେ ହେଲାଣି । ନବୀନ ସରକାର ଓ ମୋଦି ସରକାର ନିଦରୁ ଉଠିବା ଦରକାର । ପଖାଳ ଗଣ୍ଡେ ପାଇଁ ପିଆଜ ଖଣ୍ଡେ ବି ଲୋକେ କିଣିପାରୁନାହାନ୍ତି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସବୁବେଳେ ଶାନ୍ତିପୂର୍ଣ୍ଣ ଭାବେ ଅଭିନବ ପ୍ରତିବାଦ କରାଯାଇଥାଏ । ଆଜି ମଧ୍ୟ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରାଯାଇ ସରକାରଙ୍କୁ ଚେତାଇ ଦେଇଛୁ ବୋଲି ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି ।