କଂଗ୍ରେସର ଚତୁର୍ଥ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଜାରି

କଂଗ୍ରେସର ଚତୁର୍ଥ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଜାରି

କଂଗ୍ରେସର ଚତୁର୍ଥ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଜାରି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚ ପାଇଁ କଂଗ୍ରେସ ଆଜି ୪ର୍ଥ ପର୍ୟ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରିଛି। ଦଳ ରବିବାର ୟୁପି ବିଧାନସଭା ନିର୍ବାଚନ ପାଇଁ ୬୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ୨୪ ମହିଳା ପ୍ରାର୍ଥୀ ସାମିଲ ଅଛନ୍ତି। କଂଗ୍ରେସ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ୧୨୫ ଜଣଙ୍କ ନାଁ ଘୋଷଣା କରିଥିଲା। ସେହିପରି ଦ୍ୱିତୀୟ ତାଲିକାରେ ୪୧ ଓ ତୃତୀୟ ତାଲିକାରେ ୮୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ଦଳ। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ କଂଗ୍ରେସ ୩୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ଏଥିରୁ ୧୨୭ ଟିକେଟ ମହିଳା ପ୍ରାର୍ଥୀଙ୍କୁ ଦେଖାଯାଇଛି।

ବିଲାସପୁରରୁ ବରିଷ୍ଠ କଂଗ୍ରେସ ନେତ୍ରୀ ଶିଖା ପାଣ୍ଡେଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଶ୍ରୀ ନଗରରୁ ପ୍ରାର୍ଥୀ ହୋଇଛନ୍ତି ଚାନ୍ଦିନୀ । ସେହିଭଳି ଧୋରାହରାରୁ ଜିତେନ୍ଦ୍ରୀ ଦେବୀ, ବିସଓ୍ବାନରୁ ବନ୍ଦନା ଭାର୍ଗବ, ସାରେନୀରୁ ସୁଧା ଦ୍ବିବେଦୀ, କେମଗଞ୍ଜରୁ ଶଙ୍କୁଲତା ଦେବୀ, ଭୋଜପୁରରୁ ଅର୍ଚନା ରାଡୋର୍, କନ୍ନୌଜରୁ ବିନୀତା ଦେବୀ, ଗୋବିନ୍ଦନଗରରୁ କରିସ୍ମା ଠାକୁରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ସେହିଭଳି ଅନ୍ୟ ବିଧାନସଭା କ୍ଷେତ୍ରରେ ଅନେକ ଯୁବକଙ୍କୁ ଦଳ ଟିକେଟ୍ ଦେଇଛି।