ଓୟୁଏଟି ପ୍ରବେଶିକା ପରୀକ୍ଷା ୨୮ରୁ

ଓୟୁଏଟି ପ୍ରବେଶିକା ପରୀକ୍ଷା ୨୮ରୁ

ଓୟୁଏଟି ପ୍ରବେଶିକା ପରୀକ୍ଷା ୨୮ରୁ

ଭୁବନେଶ୍ୱର:ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ବିଭିନ୍ନ କଲେଜର ଭିନ୍ନ ଭିନ୍ନ ସ୍ନାତକ (ୟୁଜି) ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ୨୮ରୁ ଆରମ୍ଭ ହେବ । ୩୦ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ଅନଲାଇନ୍ରେ ହେବ । ଦିନକୁ ଦୁଇଟି ବ୍ୟାଚ୍ରେ ପରୀକ୍ଷା ହେବ । ପ୍ରଥମ ବ୍ୟାଚ୍ ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇ ୧୨ଟା ୩୦ରେ ସରିବ । ଦ୍ୱିତୀୟ ବ୍ୟାଚ୍ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୪ଟାରେ ସରିବ । ୨୫ହଜାର ୮୭୧ ପିଲା ଆବେଦନ କରିଛନ୍ତି । ରାଜ୍ୟର ୨୪ ଜିଲ୍ଲାରେ ୪୮ଶହ କେନ୍ଦ୍ର ହୋଇଥିବା ବେଳେ ନୂଆଦିଲ୍ଲୀରେ ମଧ୍ୟ ଗୋଟିଏ ପରୀକ୍ଷା କେନ୍ଦ୍ର ହୋଇଛି । ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ବୁଧବାର ଆଡ଼ମିଟ୍ କାର୍ଡ଼ ଜାରି ହୋଇଛି । ଛାତ୍ରଛାତ୍ରୀ ଏହା ଅନଲାଇନରୁ ଡାଉନଲୋଡ୍ କରିପାରିବେ ।