ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ
ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ
admin
Mar 1, 2021 - 08:25
Updated: Mar 1, 2021 - 08:25
ଭୁବନେଶ୍ୱର: ଓପିଏସସିର ନୂଆ ଅଧ୍ୟକ୍ଷଭାବେ ଆଇପିଏଏସ ସତ୍ୟଜିତ ମହାନ୍ତି ଦାୟିତ୍ୱ ନେଇଛନ୍ତି । କଟକସ୍ଥିତ ଓପିଏସସି କାର୍ଯ୍ୟାଳୟରେ ଅଧ୍ୟକ୍ଷଭାବେ ଶ୍ରୀ ମହାନ୍ତି ଦାୟିତ୍ୱଗ୍ରହଣ କରିଛନ୍ତି ।
୧୯୯୮ ବ୍ୟାଚର ଆଇପିଏଏସ ସତ୍ୟଜିତ ଗତକାଲି ପୁଲିସ ସେବାରୁ ଅବସର ନେଇଥିଲେ ।
ଉଲ୍ଲେଖଯୋଗ୍ୟ, ଭାରତୀୟ ପୁଲିସ୍ ସେବାରୁ ରବିବାର ସ୍ୱେଚ୍ଛାକୃତ ଅବସର ନେଇଥିଲେ ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ତଥା ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା, ହୋମଗାର୍ଡ ଏବଂ ସିଭିଲ୍ ଡିଫେନସ୍ ଡିଜି ଡ. ସତ୍ୟଜିତ୍ ମହାନ୍ତି । ସରକାର ତାଙ୍କ ଭିଆର୍ଏସ୍ ଆବେଦନକୁ ଗ୍ରହଣ କରିବା ପରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଡ. ମହାନ୍ତି ଗତ ଜୁନ୍ ମାସରେ ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ବାହିନୀ ଡିଜି ଭାବେ ପ୍ରଥମେ ଅତିରିକ୍ତ ଦାୟିତ୍ୱ ଭାର ଗ୍ରହଣ କରିଥିଲେ । ପରେ ଜୁଲାଇରେ ତାଙ୍କୁ ରାଜ୍ୟ ସରକାର ସ୍ଥାୟୀ ଭାବେ ଉକ୍ତ ସଂସ୍ଥାରେ ନିୟୋଜିତ କରିଥିଲେ । ମାତ୍ର ୯ ମାସ ଦାୟିତ୍ୱ ଅବଧି ମଧ୍ୟରେ ଡ. ମହାନ୍ତି ଅଗ୍ନିଶମ ସେବା ସଂସ୍ଥା ପାଇଁ ବହୁ ଉନ୍ନୟମୂଳକ କାର୍ୟ୍ୟ କରିଥିଲେ ।