ଓଡିଶାରେ ଆନ୍ଧ୍ର ନିର୍ବାଚନ

ଓଡିଶାରେ ଆନ୍ଧ୍ର ନିର୍ବାଚନ

ଓଡିଶାରେ ଆନ୍ଧ୍ର ନିର୍ବାଚନ
ଭୁବନେଶ୍ୱର: ଓଡିଶାର ସୀମାନ୍ତ ଅଂଚଳରେ ଆନ୍ଧ୍ର ନିର୍ବାଚନ କରୁଛି । କିଛି ସ୍ଥାନରେ ମତଦାନ ଆରମ୍ଭ ହୋଇଗଲାଣି । ସୀମାନ୍ତ ପାଟୁସେନେରୀରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଓଡିଶା ସୀମାନ୍ତକୁ ଆସି ସ୍ୱତନ୍ତ୍ର ଭାବେ ଗାଡିରେ ଭୋଟଦାତାଙ୍କୁ ନିଆଯାଉଛି । ଭୋଟଦାତାଙ୍କୁ ନେବା ପାଇଁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଗାଡିର ବ୍ୟବସ୍ଥା କରାଯାଇଛି । ଭୋଟ ଦେବା ପାଇଁ ମତଦାତା ମାନେ ଲମ୍ବା ଧାଡିରେ ଛିଡା ହେଇଛନ୍ତି । ଭୋଟ ଗ୍ରହଣରେ ନ ମିଶିବା ପାଇଁ ପଟାଙ୍ଗୀ ବ୍ଲକ ବିଡିଓ ଓ ତହସିଲଦାର ବୁଝାଉଛନ୍ତି । ଗଞ୍ଜାମ ସୀମାରେ ମଧ୍ୟ କେତେକ ଗାଁରେ ଆନ୍ଧ୍ର ନିର୍ବାଚନ କରୁଛି । କୋରାପୁଟ ଜିଲ୍ଲାରେ ଥିବା ପଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ର ପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି । ଏଥିରେ ରହିଛି ଓଡ଼ିଶାର ୫ଟି ଗାଁ ଓ ଆନ୍ଧ୍ରର ୨ଟି । ଓଡ଼ିଶାର ଗାଁଗୁଡ଼ିକ ହେଲା ମାଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ପାଟୁସିନେରି ଓ କୋନାଦରା । ଆନ୍ଧ୍ରର ଦୁଇଟି ଗାଁ ହେଲା ଚିକାପାରୁ ଓ ବାଲେଙ୍ଗା ବେଲେସା । ସେହିପରି ତଳଗଂଜେଇ ପଦରର ନାଁ ବଦଳେଇ ଗଂଜେଇ ବାଦ୍ରା ନାଁରେ ନିର୍ବାଚନ କରାଉଛି ଆନ୍ଧ୍ର।