ଓଡ଼ିଶା ଫେରିଲେ ୪ ଆଇପିଏସ

ଓଡ଼ିଶା ଫେରିଲେ ୪ ଆଇପିଏସ

ଓଡ଼ିଶା ଫେରିଲେ ୪ ଆଇପିଏସ
ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରାଇ ଦିଆଯାଇଛି । ୨ ଜଣ ସେମାନଙ୍କ କାର୍ଯ୍ୟକାଳ ଶେଷ କରିଥିବା ବେଳେ ଜଣଙ୍କୁ ଅଧାରୁ ଓ ଜଣଙ୍କ ନିଯୁକ୍ତି ପୂର୍ବରୁ କେନ୍ଦ୍ର ଫେରାଇ ଦେଇଛି । ଦାୟିତ୍ୱ ବହନ କରିବା ଠିକ ପୂର୍ବରୁ ବରିଷ୍ଠ ଆଇପିଏସ ହିମାଂଶୁ ଲାଲଙ୍କ ନିଯୁକ୍ତି ରଦ୍ଧକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଏଭଳି ଅଚାନକ ନିଷ୍ପତ୍ତି ବାବଦରେ କୌଣସି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । ତେବେ ଏହି ଚାରି ଜଣ କେନ୍ଦ୍ରରୁ ଫେରିବା ପରେ ରାଜ୍ୟରେ ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ ହେବା ଆଭାସ ମିଳିଲାଣି । ୨୦୦୩ ବ୍ୟାଚ ଆଇପିଏସ ହିମାଂଶୁ ଲାଲଙ୍କୁ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ସେକ୍ରେଟାରିଏଟର କ୍ଲାସ ୧ ଅଧିକାରୀ ଭାବେ ନିଯୁକ୍ତି ମିଳିଥିଲା । ୪ ବର୍ଷିର୍ଆ କେନ୍ଦ୍ରୀୟ ଡେପୁଟେସନ କାଳରେ ତାଙ୍କୁ ରିସର୍ଚ୍ଚ ଏବଂ ଆନାଲିସସ ଉଇଙ୍ଗ (ର) ରେ ନିଯୁକ୍ତି ମିଳିଥିଲା । କିନ୍ତୁ ହଠାତ ତାଙ୍କ ନିଯୁକ୍ତିକୁ ରଦ୍ଧ କରାଯାଇଛି ଓ ତାଙ୍କୁ ଓଡ଼ିଶା ଫେରାଇ ଦିଆଯାଇଛି । ତେଣୁ ଓଡ଼ିଶା ଫେରିବା ପରେ ସେ ପୁଲିସ ମୁଖ୍ୟାଳୟରେ ଯୋଗ ଦେଇଛନ୍ତି । ନିଯୁକ୍ତ ରଦ୍ଧର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଏଥିପାଇଁ ସୋସିଆଲ ମିଡିଆକୁ ଦାୟୀ କରାଯାଉଛି । ପୂର୍ବରୁ ସେ ସୋସିଆଲ ମିଡିଆରେ ବେଶ ସକି୍ରୟ ଥିଲେ ଓ ତାଙ୍କର ଏକାଧିକ ପୋଷ୍ଟକୁ ନେଇ ଏହି ନିଯୁକ୍ତି ରଦ୍ଧ କରାଯାଇଥିବା ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ କେନ୍ଦ୍ରୀୟ ଡେପୁଟେସନରେ ଏନଆଇଏ ଏସପି ଭାବେ ଯୋଗ ଦେଇଥିବା ୨୦୦୮ ବ୍ୟାଚର ଆଇପିଏସ ସତ୍ୟଜିତ ନାୟକଙ୍କୁ ଅବଧି ପୂର୍ବରୁ ଫେରି ଆସିବାକୁ ପଡ଼ିଛି । ୫ ବର୍ଷ ପାଇଁ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠା ଯାଇଥିଲେ ମଧ୍ୟ ମାତ୍ର ବର୍ଷକ ଭିତରେ ତାଙ୍କୁ ଫେରାଇ ଦିଆଯାଇଛି । ଏହା ପଛର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ ।