ଓଡ଼ିଶା ପାଇଁ ରାହୁଲଙ୍କ ବୈଠକ

ଓଡ଼ିଶା ପାଇଁ ରାହୁଲଙ୍କ ବୈଠକ

ଓଡ଼ିଶା ପାଇଁ ରାହୁଲଙ୍କ ବୈଠକ

ନୂଆଦିଲ୍ଲୀ : ରାଜ୍ୟ କଂଗ୍ରେସ ନେତାମାନଙ୍କୁ ଭେଟିଲେ ରାହୁଲ ଗାନ୍ଧି । ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକ, ସାଂସଦ, ପିସିସି ସଭାପତି ଓ ପୂର୍ବତନ ପିସିସି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ରାହୁଲ। ଆଗକୁ ରାଜ୍ୟରେ ନୂଆ ପିସିସି ମୁଖିଆ ଘୋଷଣା ହେବ। ଏମିତି ବିଧାୟକ ଦଳ ନେତା ବି ବଦଳି ପାରନ୍ତି । ଚିନ୍ତନ ଶିବିର ପରେ ଏ ନେଇ ଘୋଷଣା ହୋଇପାରେ। ଜଣ ଜଣ କରି ନେତାଙ୍କ ସହ ରାହୁଲ ଆଲୋଚନା କରିଥିବାବେଳେ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସହ  ସର୍ବାଧିକ ସମୟ କଥା ହୋଇଥିଲେ। 

ରାହୁଲଙ୍କୁ ଭେଟିବା ପରେ ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ରାହୁଲଙ୍କ ସହ ଓଡ଼ିଶାରେ ଦଳର ସଂଗଠନ ନେଇ ବିସ୍ତୃତ ଆଲୋଚନା ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶୀଘ୍ର ନୂଆ ସଭାପତି ଚୟନ ପାଇଁ ମତ ରଖିଥିଲେ । ବିଧାୟକଙ୍କ ଭିତରୁ ଜଣକୁ ସଭାପତି କରିବାକୁ ଅନେକ ମତ ରଖିଥିଲେ ।