ଓଜନ କମ୍ କରିବା ଏସବୁ ପାନୀୟ

ଓଜନ କମ୍ କରିବା ଏସବୁ ପାନୀୟ

ଓଜନ କମ୍ କରିବା ଏସବୁ ପାନୀୟ
ଘି.କୁଅାଁରୀ ରସ, ପ୍ରାକୃତିକ ଉପାୟରେ ପେଟର ଚର୍ବି କମ୍ କରିଥାଏ । ଓଜନ କମ କରିବାରେ ପାଚନ କି୍ରୟା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଘି କୁଅାଁରୀ ରସ ପାଚନ କି୍ରୟାକୁ ଭଲ କରିବା ସହ ପେଟ ସମସ୍ୟା ଦୂର କରେ । ନିୟମିତ ୧ ମାସ ଘି କୁଅାଁରୀ ରସ ସକାଳ ଜଳଖିଆ ପୂର୍ବରୁ ପିଇଲେ ଫରକ ଜାଣି ହୋଇଥାଏ । ଏହି ରସ ପିଇଲେ ତ୍ୱଚା ସମସ୍ୟା ଦୂର ହେବା ସହ କେଶ ଝଡ଼ା ମଧ୍ୟ କମ୍ ହୋଇଥାଏ । ଓଜନ କମ କରିବା ନିମନ୍ତେ ଅନ୍ୟ ଏକ ମହୌଷଧି ହେଉଛି ଗାଜର ଓ ଟମାଟୋ ରସ । ଏହି ଦୁଇ ପରିବାକୁ ମିଶାଇ ସୁପ୍ କରି ମଧ୍ୟ ପିଇପାରିବେ । ଫାଇବର ଯୁକ୍ତ ଏ ପରିବା ରସ ପିଇଲେ ଶୀଘ୍ର ଭୋକ ଲାଗେ ନାହିଁ । ଓଜନ କମ କରିବାକୁ ଚାହୁଁଥିଲେ ଏହା ଏକ ଉକ୍ରୃଷ୍ଟ ପାନୀୟ । ଧ୍ୟାନରେ ରଖିବେ, ଯେପରି ଏଥିରେ ଚିନି ଓ କି୍ରମ ନ ମିଶାନ୍ତି । ନଚେତ ଏହି ପାନୀୟ ପିଇଲେ କୌଣସି ଲାଭ ପାଇବେ ନାହିଁ । ଆଣ୍ଟିଅକ୍ସିଡାଣ୍ଟ ଭରପୁର ଗ୍ରୀନ ଟି ପିଇବା ମଧ୍ୟ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ସକାଳ ଜଳଖିଆ ସମୟରେ ଏହି ଚା ପିଇପାରିବେ ଓ ସନ୍ଧ୍ୟା ସମୟରେ ମଧ୍ୟ ଏହାକୁ ପିଇଲେ ମଧ୍ୟ ଓଜନ କମ୍ ହୋଇଥାଏ ।