ଓଜନ କମାଏ ସିଝା ବାଦାମ

ଓଜନ କମାଏ ସିଝା ବାଦାମ

ଓଜନ କମାଏ ସିଝା ବାଦାମ


ଭୁବନେଶ୍ୱର: ବାଦାମ ଖାଇବାକୁ କାହାକୁ ବା ଭଲ ନ ଲାଗେ । ବାଦାମକୁ କେତେଜଣ ଭାଜି ଖାଆନ୍ତି, ଅନ୍ୟ କେହିକେହି ତେଲରେ ଛାଣି ମଧ୍ୟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଖାଦ୍ୟବିଶେଷଜ୍ଞଙ୍କ ମତରେ ବାଦାମକୁ ସିଝାଇ ଖାଇବା ଦେହ ପାଇଁ ସବୁଠୁ ହିତକାରୀ ।

- ସିଝା ବାଦାମ ଖାଇବା ଦ୍ୱାରା ଶରୀରର ଓଜନ ଶୀଘ୍ର କମିଯାଏ । ସକାଳ ଜଳଖିଆ କରିସାରି ୧୦-୧୨ଟି ବାଦାମ ଖାଇଦେଲେ ଭୋକ ମଧ୍ୟ ବାରମ୍ବାର ଲାଗେନି । 

- ଶୀତଦିନେ ଅଧିକାଂଶଙ୍କର ଆଣ୍ଠୁଗଣ୍ଠି ସମସ୍ୟା ହୁଏ । ଚଲାବୁଲା କରିବାରେ ଭାରି କଷ୍ଟ ଲାଗେ । ସେମାନେ ସିଝା ବାଦାମ ଖାଇଲେ ଉପକାର ମିଳେ । ବାଦାମରେ କ୍ୟାଲସିୟମ ଥିବାରୁ ଆର୍ଥରାଇଟିସ୍ ରୋଗୀଙ୍କ ପାଇଁ ଔଷଧ ଭଳି କାମ କରେ । 

- ଭିଟାମିନ୍ ଏ ପୋଷକତତ୍ତ୍ୱରେ ପୂରି ରହିଥିବା ବାଦାମକୁ ସିଝାଇ ଖାଇଲେ ତାହା ଆଖି ଉପରେ ମଧ୍ୟ ଭଲ ପ୍ରଭାବ ପକାଏ । ଆଖିର ଜ୍ୟୋତି ବଢେ଼ । 

- ସିଝା ବାଦାମ ଖାଇଲେ ହୃତପିଣ୍ଡ ସୁସ୍ଥ ରହୁଥିବା ଅନୁଧ୍ୟାନରୁ ଜଣାପଡ଼ିଛି । ବାଦାମ ଖାଇଲେ ପ୍ରସ୍ତୁତ ହେଉଥିବା ନାଇଟ୍ରିକ୍ ଅକ୍ସାଇଡ଼୍ ଶରୀରକୁ ହୃଦଘାତରୁ ରକ୍ଷା କରେ । 

- ବାଦାମକୁ ସିଝାଇ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ହୋଇନଥାଏ ।