ଏହି ସହରରୁ ୩ ହଜାର କରୋନା ରୋଗୀ ନିଖୋଜ

ଏହି ସହରରୁ ୩ ହଜାର କରୋନା ରୋଗୀ ନିଖୋଜ

ଏହି ସହରରୁ ୩ ହଜାର କରୋନା ରୋଗୀ ନିଖୋଜ
ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ପ୍ରାୟ ୩୦୦୦ କରୋନା ରୋଗୀ ନିଖୋଜ ଅଛନ୍ତି । କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକ ଏହା ପ୍ରକାଶ କରିଛନ୍ତି । ନିଖୋଜ ଥିବା ଲୋକଙ୍କ ସନ୍ଧାନ ପାଇଁ ରାଜ୍ୟ ସରକାର ପୁଲିସକୁ କହିଛନ୍ତି । ଅଶୋକଙ୍କ ଅନୁସାରେ ଆମେ ଲୋକଙ୍କୁ ମାଗଣା ଔଷଧ ଦେଉଛୁ ଯାହାକି ୯୦% ମାମଲାକୁ ନିୟନ୍ତ୍ରିତ କରିପାରିବ । କିନ୍ତୁ କୋଭିଡ-୧୯ ସଂକ୍ରମି ଲୋକମାନେ ସେମାନଙ୍କର ମୋବାଇଲ ଫୋନକୁ ସ୍ୱିଚ୍ ଅଫ୍ ରଖିଛନ୍ତି । ସେମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପହଂଚି ଆଇସିୟୁ ବେଡ୍ ଖୋଜୁଛନ୍ତି । ସେଥିଯୋଗୁ ବିଭିନ୍ନ ସମସ୍ୟା ହେଉଛି । ଏପରିସ୍ଥିତିରେ ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନେ ସେମାନଙ୍କର ମୋବାଇଲ ଫୋନ୍ ଅନ୍ କରିବାକୁ ସେ ଅନୁରୋଧ କରିଛନ୍ତି ।