ଏହି ସବୁ ନମ୍ବର ଉପରେ ଚୋରଙ୍କ ଆଖି
ଏହି ସବୁ ନମ୍ବର ଉପରେ ଚୋରଙ୍କ ଆଖି
ଭୁବନେଶ୍ୱର : ମୋବାଇଲ ନମ୍ବର ବିକ୍ରି କଲେ ମିଳେ ୫୦ ହଜାରରୁ ଲକ୍ଷେ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ । ଏବେ ଚୋରମାନେ ନିର୍ଦ୍ଦିଷ୍ଟ ଟେଲିକମ କମ୍ପାନୀର ଶେଷ ୬ଟି ବିଶେଷ ସିରିଜର ନମ୍ବରକୁ ଟାର୍ଗେଟ କରୁଛନ୍ତି । ଏମିତି ଏକ ଗ୍ୟାଙ୍ଗକୁ ଧରିବା ପରେ ରହସ୍ୟ ଉନ୍ମୋଚିତ ହୋଇଛି ।
ମିଳିଥିବା ସୂଚନାନୁସାରେ ଚୋରମାନଙ୍କ ଟାର୍ଗେଟରେ ରହିଛି ଭ୍ୟାନିଟି ନମ୍ବର । ଭ୍ୟାନିଟ ନମ୍ବର ହେଉଛି ଏକ ବିଶେଷ ସିରିଜର ନମ୍ବର । ଏକ ନିର୍ଦ୍ଦିଷ୍ଟ ଟେଲିକମ କମ୍ପାନୀର ପ୍ରଥମ ୪ ଡିଜିଟ କମ୍ପାନୀର ସିମ୍ବଲ । ହେଲେ ପରବର୍ତୀ ୦୦୦୦୦୦, ୧୨୩୪୫୬, ୧୧୧୧୧୧, ୨୨୨୨୨୨, ୫୫୫୬୬୬, ୪୪୪୫୫୫ ଭଳି ନମ୍ବରକୁ ଭ୍ୟାନିଟ ନମ୍ବର ବୋଲି କୁହାଯାଏ । ଏହି ନମ୍ବରର ଭାରି ଚାହିଦା । କିଛି ଚୋର ନକଲି ତଥ୍ୟ ଦେଇ ଜଣଙ୍କର ଭ୍ୟାନିଟି ନିମ୍ବରକୁ ଚୋରି କରିନେଇଥା’ନ୍ତି । ପରେ ରାଜ୍ୟ ବାହାରର ବ୍ୟକ୍ତିଙ୍କୁ ଏହି ଭ୍ୟାନିଟ ନମ୍ବର ସବୁ ବିକ୍ରି କରିଦିଅନ୍ତି । କେହିକେହି ଏହାକୁ ଭିଆଇପି ନମ୍ବର ବୋଲି ବି କହିଥା’ନ୍ତି । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଭଳି କେତେକ ରାଜ୍ୟରେ ଚୋରମାନେ ଭ୍ୟାନିଟ ନମ୍ବର ବିକ୍ରି କରି ଭଲ ଅର୍ଥ ରୋଜଗାର କରିଥା’ନ୍ତି ।




admin 