ଏହି ଗଛ ଦେଇଥାଏ ପ୍ରଚୁର ଅମ୍ଲଜାନ

ଏହି ଗଛ ଦେଇଥାଏ ପ୍ରଚୁର ଅମ୍ଲଜାନ

ଏହି ଗଛ ଦେଇଥାଏ ପ୍ରଚୁର ଅମ୍ଲଜାନ
ସମ୍ପ୍ରତି ଅକ୍ସିଜେନ ଅଭାବରୁ ଆଖି ପିଛୁଳାକେ ଚାଲିଯାଉଛି ହଜାର ହଜାର ଅମୂଲ୍ୟ ଜୀବନ । ଦେଶର ଏହିଭଳି ଏକ ବିପର୍ଯ୍ୟୟ ଅବସ୍ଥାରେ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । କିନ୍ତୁ ଏଯାଏ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଉପଲବ୍ଧ ହୋଇପାରି ନାହିଁ । ଆୟୂର୍ବେଦ ଅନୁସାରେ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ନିଜର ଅକ୍ସିଜେନର ପରିମାଣ ବଢାଇପାରିବେ । ଯେମିତିକି ଅଶ୍ୱତ୍ଥ ବୃକ୍ଷ । ଆଇର୍ବେଦରେ ଏହି ଗଛକୁ ପବିତ୍ର ଓ ଜୀବନରକ୍ଷକ ମନାଯାଏ । ଏହି ବୃକ୍ଷ ଦ୍ୱାରା ଅକ୍ସିଜେନର କମିକୁ ମଧ୍ୟ ପୂରଣ କରାଯାଇପାରିବ । ସୂଚନାଯୋଗ୍ୟ ଯେ, ଯେତେବେଳେ ଉତ୍ତରପ୍ରଦେଶର ଶାହାଜହାଁପୁର ତିଲହର ଠାରେ କିଛି ଲୋକ ଶ୍ୱାସକ୍ରି୍ରୟା କରିବାରେ ଅସୁବିଧାର ସମ୍ମୁଖୀନ ହୋଇ ଅଶ୍ୱତ୍ଥ ଗଛ ତଳେ ଶୋଇପଡିଥିଲେ । ସେହିଦିନ ସେମାନଙ୍କ ମଧ୍ୟରୁ କିଛି ଲୋକେ ଅଶ୍ୱତ୍ଥ ପତ୍ର ସେବନ କରିବାରୁ ଆଶ୍ୱସ୍ତି ଲାଭ କରିଥିଲେ । କିନ୍ତୁ ଏନେଇ ବିଶେଷଜ୍ଞମାନେ ସ୍ପଷ୍ଟ କରିନାହାନ୍ତି । ସବୁଠୁ ବଡ କଥା ହେଉଛି ଆୟୁର୍ବେଦରେ ଅଶ୍ୱତ୍ଥ ଗଛକୁ ନିମ୍ବ ଗଛ ଭଳି ଔଷଧୀୟ ବୋଲି ଧରାଯାଏ । ଯଦି ଆପଣଙ୍କ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ ଅଶ୍ୱତ୍ଥ ଗଛର ଛେଲିକୁ ଶୁଖାଇ , ଏହାକୁ ଗୁଣ୍ଡ କରି ଖାଇବା ଦ୍ୱାରା ସବୁ ପ୍ରକାର ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର ହୋଇଥାଏ । ଏହା ସହିତ ପ୍ରତିଦିନ ଦୁଇଟି ଅଶ୍ୱତ୍ଥ ପତ୍ର ସେବନ କରିବା ଦ୍ୱାରା ଶରୀରରେ ଅକ୍ସିଜେନ ସାଚୁରେସନ ଲେବେଲ୍ ଠିକ୍ ରହିଥାଏ । ଅଶ୍ୱତ୍ଥ ଗଛର ପତ୍ରକୁ ଶୁଖାଇ ମିଶ୍ରି ସହିତ କାଢା ତିଆରି କରି ପିଇଲେ ଥଣ୍ଡା, ସର୍ଦୀରୁ ମୁକ୍ତି ମିଳିଥାଏ । . ଅଶ୍ୱତ୍ଥପତ୍ରରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀରରେ ଇମୁ୍ୟନିଟି ବଢାଇଥାଏ । ଏହି ପତ୍ରକୁ ଗୁଳୁଚି ଲତା ସହ ମିଶାଇ ଦିନକୁ ଦୁଇ ତିନି ଥର ସେବନ କରନ୍ତୁ ଏହା ଆପଣଙ୍କ ଇମୁ୍ୟନ ସିଷ୍ଟମକୁ ସୁଦୃଢ ରଖିବ । .ଏହା ଭୋକ ବଢାଇବାରେ ସାହାଯ୍ୟ କରିଥାଏ । ଏହି ପତ୍ରରେ କାର୍ବୋହାଇଡ୍ରେଟ, ପ୍ରୋଟିନ୍, ଫ୍ୟାଟ, ଫାଇବର, କ୍ୟାଲ୍ସିୟମ, ଆଇରନ ଓ ମ୍ୟାଗ୍ନେସିୟମ ତତ୍ତ୍ୱ ମହଜୁଦ ରହିଛି । .ଏହା ସମସ୍ତ ପ୍ରକାର ଦାନ୍ତ ସମସ୍ୟା ମଧ୍ୟ ଦୂର କରିଥାଏ । ଏହି ଗଛର ଦାନ୍ତକାଠିରେ ଦାନ୍ତ ଗସିବା ଦ୍ୱାରା ଦାନ୍ତ ମଜବୁତ ହେବା ସହ ସମସ୍ତ ଦାନ୍ତ ସମସ୍ୟା ଦୂର ହୋଇଥାଏ । ଏହା ଛଡା ଅଶ୍ୱତ୍ଥ ଗଛର ଛେଲି ସହିତ ଜୟୀନ୍ତା ଓ ୨ଗ୍ରାମ ମରିଚକୁ ପେଶି ଆପଣ ଟୁଥପେଷ୍ଟ ତିଆରି କରିପାରିବେ । .ଏହି ଗଛର ପତ୍ର ଶରୀରରେ ବିଷର ପରିମାଣ କମାଇବା ସହିତ ଶରୀରର କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିଥାଏ । ଯଦି କାହାକୁ ବିଷଧର ଜୀବଜନ୍ତୁ କାମୁଡି ଦେଇଥାନ୍ତି, ପାଖରେ ଡାକ୍ତର ମହଜୁଦ ନଥାନ୍ତି, ତେବେ ଅଶ୍ୱତ୍ଥ ରସ ପିଆଇବା ଦ୍ୱାରା ଶରୀରରୁ କିଛିକାଂଶରେ ବିଷର ପରିମାଣ କମିଥାଏ । .ଅଶ୍ୱତ୍ଥ ଗଛର ଛେଲିକୁ କିମ୍ବା ପତ୍ରକୁ ତ୍ୱଚାରେ ଲେପନ କଲେ ଏହା ତ୍ୱଚାର ରଙ୍ଗକୁ ଚମକାଇବାରେ ସାହାଯ୍ୟ କରିଥାଏ । .ଅଶ୍ୱତ୍ଥ ଗଛ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ । ଏହର କୋମଳ ପତ୍ରକୁ ନିୟମିତ ଚୋବାଇ ଖାଇଲେ ଏହା ଆପଣଙ୍କ ସ୍ଟ୍ରେସ୍ ଲେବେଲ କମାଇଥାଏ ଓ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ।