ପେଟ୍ରୋଲ ଡିଜେଲ ଦର ସହ ଖାଇବା ତେଲ ବି ଆକାଶ ଛୁଇଁଛି, ସୋରିଷ ତେଲ ଦର ୨୦୦ ଟଙ୍କା ପାର କରିଗଲାଣି

ପେଟ୍ରୋଲ ଡିଜେଲ ଦର ସହ ଖାଇବା ତେଲ ବି ଆକାଶ ଛୁଇଁଛି, ସୋରିଷ ତେଲ ଦର ୨୦୦ ଟଙ୍କା ପାର କରିଗଲାଣି

ପେଟ୍ରୋଲ ଡିଜେଲ ଦର ସହ ଖାଇବା ତେଲ ବି ଆକାଶ ଛୁଇଁଛି, ସୋରିଷ ତେଲ ଦର ୨୦୦ ଟଙ୍କା ପାର କରିଗଲାଣି
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସାଧାରଣ ଖାଉଟିଙ୍କ ସମସ୍ୟା କମ ହେବାର ନାଁ ଧରୁନାହିଁ । ପେଟ୍ରୋଲ ଡିଜେଲ ଦର ସହ ଖାଇବା ତେଲ ବି ଆକାଶ ଛୁଇଁଛି । ସରକାରୀ ତଥ୍ୟ ଅନୁସାରେ ଗତବର୍ଷ ମେ’୨୬ରେ ଲିଟର ପିଛା ସୋରିଷ ତେଲ ଦାମ ୯୦ ଟଙ୍କା ଥିଲା । ଏହା ବର୍ତ୍ତମାନ ୨୦୦ ଟଙ୍କା ପାର କରିଗଲାଣି । ବଜାରରେ ଗୋଟିଏ ଲିଟର ସୋରିଷ ତେଲ ପ୍ୟାକେଟର ରିଟେଲ ଦର ୨୧୪ ଟଙ୍କା ନିକଟତର । ଏଭଳି କ୍ଷେତ୍ରରେ ବର୍ଷକରେ ସୋରିଷ ତେଲ ଦର ଅଢେ଼ଇ ଗୁଣା ବୃଦ୍ଧି ହୋଇଥିବା ଜଣାଯାଇଛି । କେଡ଼ିଆ ଆଡଭାଇଜରୀର ଅଜୟ କେଡିଆ କୁହନ୍ତି, ଗତବର୍ଷ ସୋରିଷ ଫସଲ ଭଲ ରହିଥିଲା । କିନ୍ତୁ ଲକଡାଉନ ଯୋଗୁଁ ବଜାରରେ ସୋରିଷ ତେଲର କଳାବଜାରୀ ଦରକୁ ଆକାଶ ଛୁଆଁଉଛି ।