କୋଭିଡ ଆଣ୍ଟିବଡ଼ିକୁ ନେଇ ଆମେରିକୀୟ ଗବେଷକମାନେ ଏକ ଆଶ୍ୱସ୍ତିକର ରିପୋର୍ଟ, ଜାଣନ୍ତୁ କଣ

କୋଭିଡ ଆଣ୍ଟିବଡ଼ିକୁ ନେଇ ଆମେରିକୀୟ ଗବେଷକମାନେ ଏକ ଆଶ୍ୱସ୍ତିକର ରିପୋର୍ଟ, ଜାଣନ୍ତୁ କଣ

 କୋଭିଡ ଆଣ୍ଟିବଡ଼ିକୁ ନେଇ ଆମେରିକୀୟ ଗବେଷକମାନେ ଏକ ଆଶ୍ୱସ୍ତିକର ରିପୋର୍ଟ, ଜାଣନ୍ତୁ କଣ
ୱାସିଂଟନ: କୋଭିଡ ଆଣ୍ଟିବଡ଼ିକୁ ନେଇ ଆମେରିକୀୟ ଗବେଷକମାନେ ଏକ ଆଶ୍ୱସ୍ତିକର ରିପୋର୍ଟ ଦେଇଛନ୍ତି । ସେମାନେ କହିଛନ୍ତି, କରୋନା ସଂକ୍ରମଣ ଯୋଗୁ ସ୍ୱଳ୍ପ ମାତ୍ରାରେ ଅସୁସ୍ଥ ହୋଇଥିବା ଲୋକମାନଙ୍କ ଶରୀରରେ ଯେଉଁ ଆଣ୍ଟିବଡ଼ି ସୃଷ୍ଟି ହେଉଛି ତାହା ଜୀବନକାଳ ପର୍ଯ୍ୟନ୍ତ ରହିବ ଏବଂ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବ । ସେଣ୍ଟ ଲୁଇସସ୍ଥିତ ୱାଶିଂଟନ ୟୁନିଭର୍ସିଟିର ଗବେଷକମାନେ ଏହି ଦାବି କରିଛନ୍ତି । ସେମାନଙ୍କ ମୁତାବକ ଦୀର୍ଘମିଆଦୀ ପ୍ଲାଜମା ସେଲଗୁଡ଼ିକ ବୋନ ମ୍ୟାରୋକ୍ସ ସ୍ଥାନାନ୍ତର ହୋଇ ସେଠାରେ ରହିାଯାଇଛି । ଏହା ପରେ ଏଗୁଡ଼ିକ ସ୍ୱଳ୍ପ ସ୍ତରର ଆଣ୍ଟିବଡ଼ି ବ୍ଲଡଷ୍ଟି୍ରମକୁ ନିର୍ଗତ କରୁଛନ୍ତି । ଏହା ପରବର୍ତ୍ତୀ ସଂକ୍ରମଣକୁ ଏଡାଇବାରେ ସହାୟକ ହେଉଛି । ପ୍ରଥମ ସଂକ୍ରମଣର ୧୧ ମାସ ପରେ କିଛି ଲୋକଙ୍କ ଠାରୁ ଏହି ଆଣ୍ଟିବଡ଼ି ସୃଷ୍ଟିକାରୀ ପାଇଛନ୍ତି ଆମେରିକୀୟ ଗବେଷକ ।