ଏମିତି ପ୍ରସ୍ତୁତ କରନ୍ତୁ ଇଟିଲି ବର୍ଗର
ଏମିତି ପ୍ରସ୍ତୁତ କରନ୍ତୁ ଇଟିଲି ବର୍ଗର
admin
Feb 24, 2021 - 12:22
Updated: Feb 24, 2021 - 12:22
ଆବଶ୍ୟକ ସାମଗ୍ରୀ
ପ୍ରସ୍ତୁତ ଇଟିଲି – ୬ଟି
ପୁଦିନା ଓ ଧନିଆପତ୍ର ଚଟଣୀ – ୪ ଚାମଚ
କଟା ଟମାଟୋ – ୩ଟି
କଟା ପିଆଜ – ୪ଟି
ତେଲ – ୧କପ
ଗାଜର, ଆଳୁ, ମଟର – ଅଳ୍ପ
ମଇଦା – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ଅଦା ରସୁଣ ବଟା – ୨ ଚାମଚ
କଟା ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ପ୍ରସ୍ତୁତ ହୋଇଥିବା ଇଟିଲିକୁ ଭାଜି ଦିଅନ୍ତୁ। ଭାଜିବା ପରେ ଇଟିଲିର ଏକ ପାଖରେ ପ୍ରସ୍ତୁତ ଧନିଆ ପୁଦିନା ଚଟଣି ଲଗାନ୍ତୁ। ଏହାପରେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରି ଗାଜର, ମଟର ଆଳୁକୁ ସିଝାଇ ଦିଅନ୍ତୁ। ସିଝିବା ପରେ ଏହାକୁ ଏକ ପାତ୍ରକୁ କାଢି ପାଣି ଛାଣି ସିଝାକୁ ଅଲଗା ରଖନ୍ତୁ। ଏବେ ଗ୍ୟାସରେ ପୁଣି କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗାଜର, ମଟର ଆଳୁ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, ପିଆଜ , ରସୁଣ ବଟା , ଗରମ ମସଲା ପକାଇ ଭଲ ଭାବେ ଭାଜି କଷି ଦିଅନ୍ତୁ। ଏବେ ଏଥିରେ ପିଆଜ, ମଇଦା, ଧନିଆ ପତ୍ର, ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ଏକ ପାତ୍ରକୁ କାଢି ଏହାକୁ ଦୁଇଟି ଇଟିଲିର ମଧ୍ୟରେ ରଖି ଧନିଆ ପତ୍ର, କଟା ପିଆଜ ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଇଟିଲି ବର୍ଗର। ଏହାକୁ ଚଟଣି ସହ ଖାଆନ୍ତୁ ଓ ମଜା ନିଅନ୍ତୁ।