ଏଣିକି ୱେବସାଇଟରେ କରୋନା ଟେଷ୍ଟ ରିପୋର୍ଟ

ଏଣିକି ୱେବସାଇଟରେ କରୋନା ଟେଷ୍ଟ ରିପୋର୍ଟ

ଏଣିକି ୱେବସାଇଟରେ କରୋନା ଟେଷ୍ଟ ରିପୋର୍ଟ
ଭୁବନେଶ୍ୱର:ଏଣିକି ୱେବସାଇଟରେ ମିଳିବ କରୋନା ଟେଷ୍ଟ ରିପୋର୍ଟ । ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ । ଉଭୟ ଆଂଟିଜେନ ଓ ଆରଟିପିଆର ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ । ନୂଆ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ ୧୯ ୱେବସାଇଟରେ ବ୍ୟବସ୍ଥା କରାଯାଇଛି । ୱେବସାଇଟକୁ ଯାଇ ନୋ ୟୋର ଟେଷ୍ଟ ରିପୋର୍ଟକୁ କ୍ଲିକ କରନ୍ତୁ । ସେଠି ସାମ୍ପଲ ଦେଲା ବେଳେ ଦେଇଥିବା ନିଜ ମୋବାଇଲ ନମ୍ବର ଦିଅନ୍ତୁ । ମୋବାଇଲ ନମ୍ବର ଦେଲା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଏହି ଓଟିପି ନମ୍ବର ଦେଇ ସବମିଟ୍ କଲା ପରେ ଟେଷ୍ଟ ରିପୋର୍ଟ ଦେଖାଯିବ ।