କରୋନାର ଦ୍ୱିତୀୟ ଲହର ଯୋଗୁ କର୍ଣ୍ଣାଟକରେ ଅଧିକ ସଂଖ୍ୟାରେ ପିଲା କରୋନା ସଂକ୍ରମିତ, ୨ ମାସରେ ୪୦ ହଜାର ପିଲା ଆକ୍ରାନ୍ତ

ବେଙ୍ଗାଲୁରୁ: କରୋନାର ଦ୍ୱିତୀୟ ଲହର ଯୋଗୁ କର୍ଣ୍ଣାଟକରେ ଅଧିକ ସଂଖ୍ୟାରେ ପିଲା କରୋନା ଦ୍ୱାରା ସଂକ୍ରମିତ ହେଉଥିବାର ଜଣାପଡ଼ିଛି । ପୂର୍ବରୁ ମହାରାଷ୍ଟ୍ରରୁ ଏପରି ରିପୋର୍ଟ ଆସିଥିଲା । ଏବେ କିନ୍ତୁ କୁହାଯାଇଛି କି କେବଳ କର୍ଣ୍ଣାଟକରେ ଗତ ଦୁଇ ମାସ ଭିତରେ ୯ ବର୍ଷରୁ କମ ବୟସର ୪୦ ହଜାର ପିଲା କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ ରୁ ମେ’୧୮ ଭିତରେ ୯ ବର୍ଷରୁ କମ ବୟସର ୩୯,୮୪୬ ଜଣ ପିଲା ଏବଂ ୧୦-୧୯ ବର୍ଷ ବର୍ଗରେ ୧,୦୫,୦୪୪ ଜଣ କିଶୋର କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଚଳିତ ବର୍ଷ ଆରମ୍ଭରୁ ମାର୍ଚ୍ଚ ୧୮ ଯାଏଁ ଏହି ଦୁଇ ବର୍ଷର ଯଥାକ୍ରମେ ୨୭,୮୪୧ ଜଣ ଏବଂ ୬୫,୫୫୧ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଛି । ସେହିପରି ମାର୍ଚ୍ଚ ୧୮ ସୁଦ୍ଧା ୨୮ ଜଣ ପିଲା କରୋନା ଯୋଗୁ ପ୍ରାଣ ହରାଇଥିବା ବେଳେ ମାର୍ଚ୍ଚ ୧୮ ରୁ ମେ ୧୮ ଭିତରେ ଆଉ ୧୫ ଜଣ ସମାନ କାରଣରୁ ପ୍ରାଣ ହରାଇଛନ୍ତି । କିଶୋର ବର୍ଗରେ ମୃତକଙ୍କ ସଂଖ୍ୟା ଚଳିତ ବର୍ଷ ଆରମ୍ଭରୁ ମାର୍ଚ୍ଚ ୧୮ ଯାଏଁ ୪୬ ଥିବା ବେଳେ ମାର୍ଚ୍ଚ ୧୮ ରୁ ମେ’୧୮ ଭିତରେ ତାହା ୬୨କୁ ବୃଦ୍ଧି ପାଇଛି । ୦-୯ ବର୍ଷର ପିଲାମାନଙ୍କ କ୍ଷେତ୍ରରେ ମାସିକ ମୃତୁ୍ୟ ହାର ପୂର୍ବାପେକ୍ଷା ତିନି ଗୁଣ ବୃଦ୍ଧି ପାଇଥିଲା ବେଳେ କିଶୋରଙ୍କ କ୍ଷେତ୍ରରେ ତାହା ଦୁଇ ଗୁଣ ବୃଦ୍ଧି ପାଇଛି ।