କରୋନା ମୁକାବିଲା ପାଇଁ ବଜାରକୁ ଆସିବ କୋଭିଡ ଆଣ୍ଟିବଡ଼ି ଚିହ୍ନଟକାରୀ କିଟ୍

କରୋନା ମୁକାବିଲା ପାଇଁ ବଜାରକୁ ଆସିବ କୋଭିଡ ଆଣ୍ଟିବଡ଼ି ଚିହ୍ନଟକାରୀ କିଟ୍

କରୋନା ମୁକାବିଲା ପାଇଁ ବଜାରକୁ ଆସିବ କୋଭିଡ ଆଣ୍ଟିବଡ଼ି ଚିହ୍ନଟକାରୀ କିଟ୍
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଏକ ପ୍ରକାର ଔଷଧ ବଜାରକୁ ଛାଡ଼ିବା ପରେ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବେ ଏ ସମ୍ପର୍କିତ ଆଉ ଏକ ମେଡିକାଲ ଉପକରଣ ବଜାରକୁ ଛାଡ଼ିବାକୁ ଯାଉଛି । ଜଣେ ବ୍ୟକ୍ତିର ଦେହରେ କରୋନା ମୁକାବିଲା ପାଇଁ ଆଣ୍ଟିବଡ଼ି ତିଆରି ହୋଇଛି କି ନାହିଁ, ତାହା ଜାଣିବା ପାଇଁ ଡିଆରଡିଓ ଏହି ଉପକରଣ ପ୍ରସ୍ତୁତ କରିଛି । ଏହି କିଟକୁ ‘ଡିପକୋଭାନ’ ନାମ ଦିଆଯାଇଛି । ଏହା ଦେହରେ ଉଭୟ ସ୍ପାଇକ ପ୍ରୋଟିନ ଏବଂ ନୁ୍ୟକ୍ଲିଓକ୍ୟାପସିଡ ପ୍ରୋଟିନର ଉପସ୍ଥିତକୁ ଚିହ୍ନଟ କରିପାରିବ । ଏହି ଦୁଇଟି ଯାକ ପ୍ରୋଟିନ କରୋନା ଭାଇରସ ଦେହରେ ଥାଏ । ଏହି କିଟର ସଫଳତାର ହାର ପ୍ରାୟ ୯୭% ବୋଲି ଦାବି କରାଯାଇଛି । ଡିଆରଡିଓ ଅଧୀନରେ ଥିବା ଡିଫେନସ ଇନଷ୍ଟିଚୁ୍ୟଟ ଅଫ ଫିଜିଓଲୋଜି ଏଣ୍ଡ ଆଲାଏଡ ସାଇନେସସ ଲାବ ଦିଲ୍ଲୀ ସ୍ଥିତ ଭାନଗାର୍ଡ ଡାଏଗ୍ନୋଷ୍ଟିକୁ ଲିମିଟେଡ ସହ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛି । ଏହି କିଟକୁ ନିର୍ମାଣର ୧୮ ମାସ ଭିତରେ ବ୍ୟବହାର କରାଯାଇପାରିବ ।