ଏକ ବିଚିତ୍ର ସଂଗ୍ରହାଳୟ ସମ୍ପର୍କରେ ଜାଣନ୍ତୁ

ଏକ ବିଚିତ୍ର ସଂଗ୍ରହାଳୟ ସମ୍ପର୍କରେ ଜାଣନ୍ତୁ

ଏକ ବିଚିତ୍ର ସଂଗ୍ରହାଳୟ ସମ୍ପର୍କରେ ଜାଣନ୍ତୁ
ଜାପାନର ରାଜଧାନୀ ଟୋକିଓରୁ ପ୍ରାୟ ଶହେ କିମି ଦୂରରେ ଅବସ୍ଥିତ ଏକ ଛୋଟ ସହର ଚିଚିବୁରେ ରହିଛି ଏକ ଚିତିି୍ରତ ସଂଗ୍ରହାଳୟ । ଜାପାନୀ ଭାଷାରେ ସଂଗ୍ରହାଳୟର ନାଁ ହେଉଛି ‘ଚିନସେକିକାନ’ ଯାହାର ଅର୍ଥ ହେଉଛି କୌତହଳୀ ପଥର ସଂଗ୍ରହାଳୟ । ଏଠାରେ ୧୭୦୦ ରୁ ଉଦ୍ଧ୍ୱର୍ ମଣିଷ ମୁହଁ ସଦୃଶ ପଥର ସଂଗୃହୀତ ହୋଇ ରହିଛି । କେଉଁ ପଥର ସଂଗୀତଜ୍ଞ ଏଲଭିସ ପ୍ରିସଲିଙ୍କ ମୁହଁ ଭଳି ଦିଶୁଛି ତ ଆଉ କେଉଁଟି ଡେନାଲ୍ଟ ଟ୍ରମ୍ପଙ୍କ ଭଳି । ଶୋଜୋ ହାୟାମା ନାମକ ବ୍ୟକ୍ତି ଏହି ସଂଗ୍ରହାଳୟକୁ ଆରମ୍ଭ କରିଥିଲେ । ସେ ୫୦ ବର୍ଷ ଧରି ମଣିଷ ମୁହଁ ଆକୃତି ପଥର ସଂଗ୍ରହ କରି ଏହି ସଂଗ୍ରହାଳୟକୁ ଋଦ୍ଧିମନ୍ତ କରିଆସିଥିଲେ । ୨୦୧୦ ରେ ତାଙ୍କର ମୃତୁ୍ୟ ପରେ ଏବେ ତାଙ୍କ ସ୍ତ୍ରୀ ଓ ଝିଅ ସଂଗ୍ରହାଳୟ ଚଳାଉଛନ୍ତି । ପ୍ରତିଟି ପଥରର ଭିନ୍ନ ଭିନ୍ନ ନାଁ ଦିଆଯାଇଛି । ଉଲ୍ଲେଖଯୋଗ୍ୟ କେବଳ ପ୍ରାକୃତିକ ଭାବେ ମଣିଷ ମୁହଁର ରୂପ ହାସଲ କରିଥିବା ପଥର ଗୁଡ଼ିକୁ ଏହି ସଂଗ୍ରହାଳୟରେ ସ୍ଥାନ ଦିଆଯାଇଥାଏ । ତେଣୁ ଘଣ୍ଟା ଘଣ୍ଟା ଧରି ନଦୀ କୂଳ ଭଳି ସ୍ଥାନ ମାନଙ୍କରରେ ଏଭଳି ବିରଳ ପଥରର ସନ୍ଧାନ କରିବାକୁ ପଡେ଼ ।