ଏକନାଥ ସିନ୍ଦେଙ୍କ ଦଳକୁ ନିର୍ବାଚନୀ ଚିହ୍ନ, ଜାଣନ୍ତୁ କେଉଁ ଚିହ୍ନ
ଏକନାଥ ସିନ୍ଦେଙ୍କ ଦଳକୁ ନିର୍ବାଚନୀ ଚିହ୍ନ, ଜାଣନ୍ତୁ କେଉଁ ଚିହ୍ନ
ନୂଆଦିଲ୍ଲୀ: ଶିବସେନାର ଏକନାଥ ସିନ୍ଦେଙ୍କ ଦଳକୁ ନିର୍ବାଚନ ଆୟୋଗ ନିର୍ବାଚନୀ ଚିହ୍ନ ଭାବେ ‘ଦୁଇ ଖଣ୍ଡା ଏବଂ ଢାଲ’ ଚିହ୍ନ ଦେଇଛନ୍ତି । ଆୟୋଗ ତାଙ୍କ ଦଳର ନାମ ‘ବାଲାସାହେବୁଞ୍ଚି ଶିବସେନା’ ରଖିଥିଲେ । ନିର୍ବାଚନ ଆୟୋଗ ଏହା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଦଳ ଦ୍ୱାରା ଦାଖଲ ହୋଇଥିବା ପ୍ରତୀକ ତାଲିକାକୁ ଖାରଜ କରିଥିଲେ । ଏହା ପରେ ସିନ୍ଦେ ଦଳ ମଙ୍ଗଳବାର ନିର୍ବାଚନ ଆୟୋଗ (ଇସି)ଙ୍କ ନିକଟରେ ‘ବାଲାସାହେବୁଞ୍ଚି ଶିବସେନା’ ପାଇଁ ନିଜ ପସନ୍ଦର ତିନୋଟି ନୂତନ ଚିହ୍ନ ତାଲିକା ଦାଖଲ କରିଥିଲେ । ତେବେ ଏଗୁଡିକ ଭିତରେ ପିପଲ ଗଛ, ଦୁଇଟି ଖଣ୍ଡା ଏବଂ ଢାଲ ଏବଂ ସୂର୍ୟ୍ୟ ଅନ୍ତର୍ଭୁକ୍ତ ଥିଲା ।
ବାସ୍ତବରେ, ନିର୍ବାଚନ ଆୟୋଗ ଶନିବାର ଦିନ ଶିବସେନାର ଉଭୟ ଗୋଷ୍ଠୀ, ଯଥା ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ସିନ୍ଦେ ନେତୃତ୍ୱାଧୀନ ଦଳକୁ ନଭେମ୍ବର ୩ରେ ଅନ୍ଧେରୀ ପୂର୍ବ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ଦଳର ନାମ ଏବଂ ପ୍ରତୀକ ବ୍ୟବହାର କରିବାକୁ ବାରଣ କରିଥିଲେ । ଉଭୟ ଦଳକୁ ସେମାନଙ୍କ ଦଳ ପାଇଁ ନୂତନ ନାମ ଏବଂ ନୂତନ ନିର୍ବାଚନ ଚିହ୍ନ ଗୁଡ଼ିକର ତାଲିକା ଦେବାକୁ କହିଥିଲେ ।
ଏହା ପରେ ଆୟୋଗ ସୋମବାର ଦିନ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଥିବା ଶିବସେନା ଦଳକୁ ‘ଶିବସେନା – ଉଦ୍ଧବ ବାଲାସାହେବ ଠାକରେ ନାମରେ ଏବଂ ‘ମଶାଲ’ ନିର୍ବାଚନ ପ୍ରତୀକ ବଣ୍ଟନ କରିଥିଲେ । ଏକନାଥ ସିନ୍ଦେଙ୍କ ଦଳକୁ ‘ବାଲାସାହେବୁଞ୍ଚି ଶିବସେନା’ ବଣ୍ଟନ କରାଯାଇଥିଲା । ହେଲେ ସିନ୍ଦେ ଗୋଷ୍ଠୀର ନିର୍ବାଚନ ପ୍ରତୀକ ଭାବରେ ‘ତ୍ରିଶୂଳ’, ‘ଗଦା’ ଏବଂ ‘ ଉଦୟ ସୂର୍ୟ୍ୟ ‘ କୁ ଖାରଜ କରିଥିଲେ । ମଙ୍ଗଳବାର ସକାଳ ସୁଦ୍ଧା ଚିହ୍ନ ମାନଙ୍କର ଏକ ନୂତନ ତାଲିକା ଦାଖଲ କରିବାକୁ ଆୟୋଗ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ କହିଥିଲେ ।




admin 