ଆଜି ଦିନରେ ଜନ୍ମ ହୋଇଥିଲେ ଓଡ଼ିଆ ସଂଗୀତ ଜଗତର ମଉଡମଣି ଅକ୍ଷୟ ମହାନ୍ତି

ଆଜି ଦିନରେ ଜନ୍ମ ହୋଇଥିଲେ ଓଡ଼ିଆ ସଂଗୀତ ଜଗତର ମଉଡମଣି ଅକ୍ଷୟ ମହାନ୍ତି

ଆଜି ଦିନରେ ଜନ୍ମ ହୋଇଥିଲେ  ଓଡ଼ିଆ ସଂଗୀତ ଜଗତର  ମଉଡମଣି ଅକ୍ଷୟ ମହାନ୍ତି


ଭୁବନେଶ୍ବର: ସେ ଚିର ସବୁଜ । ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି  । କୋଟିକୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି । ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ  । ୧୯୩୬ ମସିହା ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ ଏହି ଯାଯାବର  । ସଂଗୀତ ଶିକ୍ଷା ନନେଇ ସେ ସେ ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ  । ସାଇକେଲରେ ବୁଲିବୁଲି ଗୀତ ଗାଉଥିଲେ  । ଯେଉଁଠି ବସୁଥିଲେ ଗାଉଥିଲେ  ।

ତାଙ୍କ ଗୀତରେ ଓଡିଶାର କଥା, ଓଡିଆଙ୍କ ଚାଲିଚଳଣି, ଲୋକକଥା, ହାବଭାବ, ଗାଁ ମାଟିର ମହକ  । ଷ୍ଟୁଆର୍ଟ କଲେଜରୁ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ କରିଥିଲେ ଅକ୍ଷୟ । ପରେ ରେଭେନ୍ସା ମହାବିଦ୍ୟାଳୟରେ ଏମଏ ପଢିଥିଲେ । ଏହାପରେ ସେ ମଧୁସୂଦନ ଲ କଲେଜରୁ ନିଜ ଆଇନ ଶିକ୍ଷା ମଧ୍ୟ ଶେଷ କରିଥିଲେ । ୧୯୫୬ରେ ଆକାଶବାଣୀ କଟକର ସ୍ବୀକୃତିପ୍ରାପ୍ତ ଗୀତିକାର ଓ ୧୯୫୯ରେ ସଂଗୀତ ସଂଯୋଜକ ଭାବେ ପ୍ରତିଷ୍ଠାଲାଭ କରିଥିଲେ  । ଅକ୍ଷୟଙ୍କ ପ୍ରଥମ ଗୀତ ଥିଲା ରୁସି ବସନା ସୁନାଗୋରୀ  ।

ବଡ଼ ଭଉଣୀଙ୍କ ସହ ସିଏ ଡୁଏଟ ଗାଇଥିଲେ  । ୧୯୫୮ମସିହାରେ ରିଲିଜ ହୋଇଥିବା ମା ସିନେମାରେ ଗାଇବାର ସୁଯୋଗ ପାଇଥିଲେ  । ସେ ୧୨୯ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି  । ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ସାଙ୍ଗକୁ ସେ ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଓ ଗୋଟିଏ ଚଳଚ୍ଚିତ୍ରର ଯୁଗ୍ମ ନିର୍ଦେଶକ ରହିଛନ୍ତି ।

ଯାଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଆଦି ଅନେକ ଗୀତର ସେ ହେଉଛନ୍ତି ସ୍ରଷ୍ଟା । ଯାହା ଆଜି ବି ସମସ୍ତଙ୍କର ମନରେ ବାନ୍ଧି ହୋଇ ରହିଛି  । ନଭେମ୍ବର ୧୭ ତାରିଖରେ ଏହି ମହାନ ସଂଗୀତଜ୍ଞଙ୍କ ପରଲୋକ ଘଟିଥିଲା ।