ଏକକାଳୀନ ଫାଶୀ ଖୁଣ୍ଟରେ ଝୁରିଲେ ୧୨ କଏଦୀ

ଏକକାଳୀନ ଫାଶୀ ଖୁଣ୍ଟରେ ଝୁରିଲେ ୧୨ କଏଦୀ

ଏକକାଳୀନ ଫାଶୀ ଖୁଣ୍ଟରେ ଝୁରିଲେ ୧୨ କଏଦୀ

ନୂଆଦିଲ୍ଲୀ: ଏକକାଳୀନ ୧୨ ଜଣଙ୍କୁ ଫାଶୀ ଘୁଣ୍ଟରେ ଝୁଲାଇ ଦିଆଯାଇଛି।  ଇରାନ  ଦକ୍ଷିଣପୂର୍ବ ପ୍ରାନ୍ତରେ ଥିବା ଗୋଟିଏ ଜେଲ ମଧ୍ୟରେ ଏକକାଳୀନ ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଘଟଣା ଉପରେ ସୂଚନା ଦେଇଛି ଏକ ଏନଜିଓ।  ନରୱେ ଭିତ୍ତିକ ଇରାନ ମାନବାଧିକାର (ଆଇଏଚ୍ଆର) କହିଛି ଯେ ସୋମବାର ସକାଳେ ଡ୍ରଗ୍ସ ଓ ହତ୍ୟା ଘଟଣାରେ ଗିରଫ ହୋଇଥିବା ୧୧ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଇଛି। 

ଏମାନେ ସମସ୍ତେ ବାଲୁଚ କଏଦୀ। ସେମାନଙ୍କୁ ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତ ସିସ୍ତାନ-ବାଲୁଚେସ୍ତାନ ପ୍ରଦେଶରେ ଥିବା ଜାହେଦାନର ମୁଖ୍ୟ ଜେଲରେ ଫାଶି ଦିଆଯାଇଛି। ଫାଶି ପାଇଥିବା ସମସ୍ତ କଏଦୀ ସୁନ୍ନି ସଂଖ୍ୟାଲଘୁ ବାଲୁଚ ସଂପ୍ରଦାୟର ଲୋକ। ଇରାନରେ ଶିହା ସଂପ୍ରଦାୟର ଲୋକ ରହୁଥିବା ବେଳେ ଅନେକ ସମୟରେ ସୁନ୍ନି ମୁସଲିମଙ୍କ ଉପରେ ଅତ୍ୟାଚାର ହେବାର ନଜିର ରହିଛି। ଏବେ ସେହି ସଂପ୍ରଦାୟର ଲୋକଙ୍କୁ ଏକକାଳୀନ ଫାଶି ମଧ୍ୟ ଦିଆଯାଇଛି।

ଫାଶି ଖୁଣ୍ଟରେ ଝୁଲିଥିବା ୧୨ ଜଣଙ୍କ ମଧ୍ୟରୁ ୬ ଜଣ ନିଶା କାରବାର ମାମଲାରେ ମୃତ୍ୟୁଦଣ୍ଡ ପାଇ ଜେଲରେ ଥିଲେ। ସେହିପରି ବାକି ୬ ଜଣ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ସେମାନଙ୍କୁ ଫାଶି ଖୁଣ୍ଟରେ ଝୁଲା ଯାଇଥିବା ଖବର ସ୍ଥାନୀୟ ଗଣମାଧ୍ୟମ କିମ୍ବା କୌଣସି ଇରାନ ଅଧିକାରୀ ଦେଇ ନାହାନ୍ତି। ଫାଶି ପାଇଥିବା ଏକମାତ୍ର ମହିଳାଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଗରଗିଜ। ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ୨୦୧୯ରେ ଗିରଫ ହୋଇଥିଲେ। ବାକି ୧୧ ଜଣଙ୍କୁ କେବେ ଗିରଫ କରାଯାଇଥିଲା ଓ ସେମାନଙ୍କ ନାଁ ଜଣାପଡ଼ିନି।