ଉନ୍ନାଓ ମାମଲାର ଶୁଣାଣି, ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ୧୦ ବର୍ଷ କାରାଦଣ୍ଡ

ଉନ୍ନାଓ ମାମଲାର ଶୁଣାଣି, ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ୧୦ ବର୍ଷ କାରାଦଣ୍ଡ

ଉନ୍ନାଓ ମାମଲାର ଶୁଣାଣି, ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ୧୦ ବର୍ଷ କାରାଦଣ୍ଡ
ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକାଙ୍କ ବାପାଙ୍କୁ ହତ୍ୟା ମାମଲାର ଶୁଣାଣି ହୋଇଛି । ଏଥିରେ ଜଡିତ ଥିବା ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଦୋଷୀସାବ୍ୟସ୍ତ ସେଙ୍ଗରଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୭ରେ ଉନ୍ନାଓ ନାବାଳିକା ସେଙ୍ଗରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟ ବାରମ୍ବାର ପୁଲିସରେ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରି ନଥିଲା। ତେବେ ସେଙ୍ଗରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପୀଡ଼ିତା ବାରମ୍ବାର ଦାବି କରିବା ପରେ ତାଙ୍କ ବାପାଙ୍କୁ ସେଙ୍ଗରଙ୍କ ଭାଇ ଗୁଣ୍ଡା ଲଗାଇ ମାରପିଟ୍ କରିଥିଲା ଏବଂ ତାଙ୍କୁ ମିଥ୍ୟା ମାମଲାରେ ଏପ୍ରିଲ ୩ରେ ଗିରଫ କରି ଜେଲ୍ ପଠା ଯାଇଥିଲା। ଶେଷରେ ଉନ୍ନାଓ ପୀଡ଼ିତା ଉପାୟଶୂନ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ଏପ୍ରିଲ ୯ ତାରିଖରେ ଜେଲ୍ ହାଜତରେ ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା।