ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ବୟାନ : କଙ୍ଗନାଙ୍କ ବିରୋଧରେ ମାମଲା

ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ବୟାନ : କଙ୍ଗନାଙ୍କ ବିରୋଧରେ ମାମଲା

ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ବୟାନ : କଙ୍ଗନାଙ୍କ ବିରୋଧରେ ମାମଲା
ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଡୁଆ ବଢିବାରେ ଲାଗିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବୟାନ କାରଣରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନିତିନ ମାନେ ନାମକ ଜନୈକ ଓକିଲ କଙ୍ଗନାଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି । ବୁଧବାର କଙ୍ଗନାଙ୍କ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ଉଚ୍ଛେଦ କରାଯାଇଥିବା ବେଳେ ଏକ ଭିଡିଓ ଜରିଆରେ କଙ୍ଗନା ଉଦ୍ଧବଙ୍କୁ ସମାଲୋଚନା କରିଥିଲେ । ନିତିନ ମାନେ ଭିଖରୋଲୀ ପୋଲିସ ନିକଟରେ ନିଜର ଅଭିଯୋଗ ଲଞ୍ଚ କରିଛନ୍ତି । ଠାକରେଙ୍କ ବିରୋଧରେ ଅପମାନସୂଚକ ଶବ୍ଦ ବ୍ୟବହାର କରାଯାଇଛି ବୋଲି ଅଭିଯୋଗ କରି ମାନେ ଏହି ମାମଲା ରୁଜୁ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ମାମଲାର ତଦନ୍ତ କରାଯିବ ବୋଲି ଏସିପି ସଞ୍ଜୟ ଦରାଡେ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଏମସି ପକ୍ଷରୁ କାର୍ଯ୍ୟାଳୟ ଉଚ୍ଛେଦ କରାଯିବା ପରେ ‘ଆଜି ମୋ ଘର ଭାଙ୍ଗିଛି ଆଗକୁ ଆପଣଙ୍କ ଗର୍ବ ଭାଙ୍ଗିବ’ ବୋଲି କଙ୍ଗନା କହିଥିଲେ ।