ଏନଏସଡି ମୁଖ୍ୟ ଭାବରେ ନିଯୁକ୍ତ ହେଲେ ପରେଶ ରାୱଲ

ଏନଏସଡି ମୁଖ୍ୟ ଭାବରେ ନିଯୁକ୍ତ ହେଲେ ପରେଶ ରାୱଲ

ଏନଏସଡି ମୁଖ୍ୟ ଭାବରେ ନିଯୁକ୍ତ ହେଲେ ପରେଶ ରାୱଲ
ନୂଆଦିଲ୍ଲୀ : ବଲିଉଡ ଅଭିନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାୱଲଙ୍କୁ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏହି ଖବରକୁ ନେଇ ପରେଶ ରାୱଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୯୯୪ ଏବଂ ୨୦୧୪ରେ ଦୁଇଥର ଜାତୀୟ ଚଳଚିତ୍ର ପୁରସ୍କାର ହାସଲ କରିଥିବା ରାୱଲଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ୧୦୦ରୁ ଅଧିକ ବଲିଉଡ ଚଳଚିତ୍ରରେ ବିଭିନ୍ନ ପ୍ରକାର ଚରିତ୍ରରେ ନଜର ଆସିଥିବା ରାୱଲ ଛାତ୍ର ଛାତ୍ରୀଙ୍କ କଳା ଏବଂ ସିନେମାର ସଠିକ ଜ୍ଞାନ ପ୍ରଦାନ କରିପାରିବେ ବୋଲି ପ୍ରହ୍ଲାଦ ସିଂ ପଟେଲ ଟ୍ୱିଟ କରିଛନ୍ତି ।