ଇସ୍ତଫା ଦେଲେ ସରକାରୀ କର୍ମଚାରୀଙ୍କୁ ମିଳିବନି ପେନ୍ସନ୍
ଇସ୍ତଫା ଦେଲେ ସରକାରୀ କର୍ମଚାରୀଙ୍କୁ ମିଳିବନି ପେନ୍ସନ୍
admin
Dec 14, 2019 - 05:39
Updated: Dec 14, 2019 - 05:39
ନୂଆଦିଲ୍ଲୀ : ସରକାରୀ ଚାକିରିରୁ ଇସ୍ତଫା ଦେଉଥିବା କର୍ମଚାରୀମାନେ ପେନସନ ପାଇବାକୁ ହକଦାର ନୁହନ୍ତି । ସ୍ୱେଚ୍ଛାକୃତ ଅବସର ଓ ଚାକିରିରୁ ଇସ୍ତଫା ଦେବା ଭଳି ଘଟଣାରେ ସୁପି୍ରମକୋର୍ଟ ପାର୍ଥକ୍ୟ ଦର୍ଶାଇବା ସହ ଏପରି ନିଦେ୍ର୍ଧଶ ଦେଇଛନ୍ତି । ସୁପି୍ରମକୋର୍ଟ କହିଛନ୍ତି ଯେ ଜଣେ ସରକାରୀ କର୍ମଚାରୀ ଯଦି ତାଙ୍କ ପଦରୁ ଇସ୍ତଫା ଦିଅନ୍ତି ତେବେ ତାଙ୍କର ସମସ୍ତ ଅତୀତ ସେବା ବାଜ୍ୟାପ୍ତ ହୋଇଯିବ । ସେଣ୍ଟ୍ରାଲ ସର୍ଭିସ ପେନସନ ନିୟମ ଆଧାରରେ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ଇସ୍ତଫା କ୍ଷେତ୍ରରେ ଜଣେ କର୍ମଚାରୀ ତାର ଅତୀତର ସବୁ ସେବା ବାଜ୍ୟାପ୍ତ ହୋଇଯାଇଥାଏ । ତେଣୁ ସେ ପେନସନ ପାଇବାକୁ ହକଦାର ହୋଇ ନଥାଏ । ଏହି ପେନସନ୍ ନିୟମ ପ୍ରତ୍ୟେକ ସରକାରୀ ଚାକିରିଆ ଓ ପ୍ରତିରକ୍ଷା ବାହିନୀ ସାଧାରଣ ସେବା ବିଭାଗରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥାଏ । ୨୦୦୩ ଡିସେମ୍ବର ୩୧ ପୂର୍ବରୁ ନିଯୁକ୍ତ ଏହି ବର୍ଗର ସମସ୍ତ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହୋଇଥାଏ । ବିଏସ୍ଇଏସ ଯମୁନା ପାୱାର ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ସୁପି୍ରମକୋର୍ଟ ଏହି ରାୟ ଦେଇଛନ୍ତି । ଉକ୍ତ ରାଷ୍ଟ୍ରାୟତ୍ତ କମ୍ପାନୀରେ ୨୦ ବର୍ଷରୁ ଅଧିକ ସମୟ ଚାକିରି କରିବା ପରେ ଇସ୍ତଫା ଦେଇଥିବା ଜଣେ କର୍ମଚାରୀଙ୍କୁ ପେନସନ୍ ଦେବା ଲାଗି ଦିଲ୍ଲୀ ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି କମ୍ପାନୀ ସୁପିମକୋର୍ଟରେ ପିଟିସନ ଦାୟର କରିଥିଲା । ହାଇକୋର୍ଟ କହିଥିଲେ ଯେ କର୍ମଚାରୀ ଜଣଙ୍କ ୨୦ ବର୍ଷର ଚାକିରି ସମୟ ପୂର୍ଣ୍ଣ କରିସାରିଛନ୍ତି । ତେଣୁ ସେ ସ୍ୱେଚ୍ଛାକୃତ ଅବସର ଆଧାରରେ ପେନସନ ପାଇବାକୁ ହକଦାର । ତେବେ ସୁପି୍ରମକୋର୍ଟ କହିଛନ୍ତି ଯେ ସ୍ୱେଚ୍ଛାକୃତ ଅବସର ଓ ଇସ୍ତଫା ଦୁଇଟି ଭିନ୍ନ ପ୍ରସଙ୍ଗ । ଇସ୍ତଫା କ୍ଷେତ୍ରରେ ପେନସନ ପ୍ରଦାନ କରାଯାଇପାରିବ ନାହିଁ । ଜଣେ କର୍ମଚାରୀ ଇସ୍ତଫା ଦେବା ପରେ ସ୍ୱେଚ୍ଛାକୃତ ଅବସର ଓ ଇସ୍ତଫା କର୍ମଚାରୀର ଇଚ୍ଛାଧୀନ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଏହାର ପରିଣାମ ଭିନ୍ନ ହୋଇଥାଏ । ତେଣୁ ଇସ୍ତଫା କ୍ଷେତ୍ରରେ କର୍ମଚାରୀ ଜଣଙ୍କ ପେନସନ ପାଇଁ ହକଦାର ହୋଇନଥାଏ ଆଉ ସ୍ୱେଚ୍ଛାକୃତ ଅବସର କ୍ଷେତ୍ରରେ କର୍ମଚାରୀ ପେନସନ ପାଇବାକୁ ହକ୍ଦାର ହୋଇଥାଏ ।