ଇସ୍ତଫା ଦେବେ ଦିଦି, ଜାଣନ୍ତୁ କାହିଁକି

ଇସ୍ତଫା ଦେବେ ଦିଦି, ଜାଣନ୍ତୁ କାହିଁକି

ଇସ୍ତଫା ଦେବେ ଦିଦି, ଜାଣନ୍ତୁ କାହିଁକି
କୋଲକାତା :ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ଏକ ସାଧାରଣ ସଭାରେ ମମତା କହିଛନ୍ତି ଯେ ତାଙ୍କ ସରକାର ଥିବା ବେଳେ ଯାହା ହୋଇଛି ଯଦି ଆଉ କେହି ସରକାର ଏଭଳି କରିଦେବେ ତେବେ ସେ ଇସ୍ତଫା ଦେଇଦେବେ । ସୂଚନା ଅନୁସାରେ,ଉତ୍ତର ୨୪ ପରଗନ ସ୍ଥିତ ବନଗାଁଓରେ ଏକ ରାଜନୀତିକ ସଭା ଚାଲୁଥିବା ସମୟରେ କିଛି ଲୋକ ପ୍ଲାକାର୍ଡ ଦେଖାଇ ମମତା ସରକାରକୁ ବିରୋଧ କରିଥିଲେ। ମମତା ତାର ଜବାବରେ କହିଥିଲେ ଯେ ୯ବର୍ଷ ଭିତରେ ୧୦ କୋଟି ଲୋକଙ୍କ ମଧ୍ୟରୁ ୯.୫ କୋଟି ଲୋକଙ୍କ ପାଖରେ ତାଙ୍କ ସରକାର ଯୋଜନା ପହଞ୍ଚାଇଛନ୍ତି । ଯଦି ଏହି ୯ ବର୍ଷରେ କୌଣସି ସରକାର ଏହା କରି ଦେଖାଇବ ତେବେ ମୁଁ ଇସ୍ତଫା ଦେଇଦେବି । ମମତା ସଭାରେ ଏଭଳି ପ୍ଲାକାର୍ଡ ଧରି ଦେଖାଇବା ଉଚିତ୍ ହୋଇନାହିଁ ବୋଲି କହିଛନ୍ତି ଓ ଏହା ମଧ୍ୟ କହିଛନ୍ତି ଯେ ବେଳେବେଳେ ମୁଁ ଅନୁଭବ କରେ ଯେ ମୁଁ ଏହି ଚେୟାରରେ ରହିବା ଉଚିତ୍ ନୁହେଁ,କାରଣ ମୁଁ ସବୁକିଛି ଲୋକଙ୍କୁ ଦେଇଥିଲି,କିନ୍ତୁ ଲୋକମାନେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି ।