ଇଭିଏମକୁ ଦୋଷ ଦେବା ଯୁକ୍ତିଯୁକ୍ତ ନୁହେଁ : କର୍ତ୍ତି ଚିଦାମ୍ବରମ

ଇଭିଏମକୁ ଦୋଷ ଦେବା ଯୁକ୍ତିଯୁକ୍ତ ନୁହେଁ : କର୍ତ୍ତି ଚିଦାମ୍ବରମ

ଇଭିଏମକୁ ଦୋଷ ଦେବା ଯୁକ୍ତିଯୁକ୍ତ ନୁହେଁ : କର୍ତ୍ତି ଚିଦାମ୍ବରମ
ନୂଆଦିଲ୍ଲୀ : ବିହାର ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆରଜେଡି ନେତୃତ୍ୱାଧୀନ ମେଣ୍ଟରେ କଂଗ୍ରେସରେ ପ୍ରଦର୍ଶନ ଖରାପ ରହିବା ପରେ କିଛି ସମର୍ଥକ ଇଭିଏମକୁ ଦୋଷ ଦେଇଥିଲେ । ତେବେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କର୍ତ୍ତି ଇଭିଏମକୁ ଦୋଷ ଦେବା ବନ୍ଦ କରିବା ପାଇଁ ଟ୍ୱିଟ କରିଛନ୍ତି । ଇଭିଏମର ଫଳାଫଳ ସମ୍ପୂର୍ଣ୍ଣ ଭାବରେ ଭରସାଯୋଗ୍ୟ ଏବଂ ଏହା ଉପରେ ସନେ୍ଦହ କରିବା ଅନୁଚିତ ବୋଲି କର୍ତ୍ତି ଟ୍ୱିଟ କରିଛନ୍ତି । ଦଳଗତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଫଳାଫଳକୁ ନେଇ ଅସନ୍ତୋଷ ଜାହିର କରିବା ସହିତ ଇଭିଏମର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଲଗାଇଥାନ୍ତି । ତେବେ କେବଳ ପରାଜୟ ପରେ ହତୋତ୍ସାହିତ ହୋଇ ଏଭଳି ଅଭିଯୋଗ ଆସିଥାଏ । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଇଭିଏମର ନିର୍ଭରଶୀଳତାର ଗ୍ୟାରେଣ୍ଟି ପ୍ରଦାନ କରାଯାଇଥିଲା । ଇଭିଏମକୁ ଟାମ୍ପର କରିବା ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଥିଲା ।