ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ଭୁବନେଶ୍ବର: ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ। ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଇଡି ଅଫିସରେ ହାଜର ହୋଇଛନ୍ତି। ବାରମ୍ବାର ନୋଟିସ ପରେ ଚତୁର୍ଥ ନୋଟିସରେ ହାଜର ହୋଇଛନ୍ତି ଶ୍ରୁତି ପାଣିଗ୍ରାହୀ । ଆକାଶ ପାଠକଙ୍କ ସହ ଆର୍ଥିକ କାରବାର ନେଇ ହେବ ପଚରାଉଚରା।

ଏହାସହ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକଙ୍କ ଆୟ ବହିର୍ଭୂତ ସମ୍ପତି ନେଇ ମଧ୍ୟ ପଚରାଉଚୁରା କରିବ ଇଡି। ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଝିଅ ଶ୍ରୁତିଙ୍କ ଆକାଉଣ୍ଟ ଏବଂ ଶ୍ରୁତିଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଯାଇଥିଲା ଟଙ୍କା ବୋଲି କୁହାଯାଉଛି । ଏ ନେଇ ତାଙ୍କୁ ପଚାରିବ ଇଡି ।

ପ୍ରକାଶ ଯେ,  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ପୂର୍ବତନ  ଆଇଏଫଏସ  ଅଭୟ ପାଠକ। ଅର୍ଥ ହେରଫେର ମାମଲାରେ ପଚରା ଉଚରା କରିଥିଲା ଇଡି ।