ଇଞ୍ଜିନିୟରିଂ ନାମଲେଖା ପାଇଁ +୨ ଶତକଡ଼ା ମାର୍କକୁ ବାଦ

ଇଞ୍ଜିନିୟରିଂ ନାମଲେଖା ପାଇଁ +୨ ଶତକଡ଼ା ମାର୍କକୁ ବାଦ

ଇଞ୍ଜିନିୟରିଂ ନାମଲେଖା ପାଇଁ +୨ ଶତକଡ଼ା ମାର୍କକୁ ବାଦ
ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୧-୨୨ ରେ ଏନଆଇଟି, ଆଇଆଇଆଇଟି ଏବଂ ସିଏଫଟିଆଇ ଶିକ୍ଷାନୁଷ୍ଠାନର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୁକ୍ତ ୨ ଉତ୍ତୀର୍ଣ୍ଣ ହାରାହାରି ଶତକଡ଼ା ମାର୍କକୁ ବାଦ ଦିଆଯାଇଛି । ଛାତ୍ରଛାତ୍ରୀ ଜେଇଇ ମେନ ରାଙ୍କ ସହିତ ଯୁକ୍ତ ୨ ପାସ କରିଥିବା ଦରକାର । ଉପରୋକ୍ତ ନିୟମ କେବଳ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନିଦେ୍ର୍ଧଶକ୍ରମେ ଏ ସଂକ୍ରାନ୍ତରେ ଏନଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଇ, ବି.ଟେକ, ବି.ପ୍ଲାନ ଏବଂ ବି.ଆର୍କ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜେଇଇ ମେନ ରାଙ୍କ ସହିତ ଯୁକ୍ତ ୨ ରେ ହାରାହାରି ୭୫ ପ୍ରତିଶତ ମାର୍କ ରଖିଥିବା ବାଧ୍ୟତାମୂଳକ ଥିଲା । ସାଧାରଣ ବର୍ଗ ଓ ଓବିସି ବିଦ୍ୟାର୍ଥୀଙ୍କ ନିମନ୍ତେ ୭୫ ପ୍ରତିଶତ ଏବଂ ଏସସି/ଏସଟି ବିଦ୍ୟାର୍ଥୀଙ୍କ ପାଇଁ ୬୫ ପ୍ରତିଶତ ମାର୍କ ରଖିବା ନିୟମ ଥିଲା । ତେବେ କରୋନା ଯୋଗୁଁ ଚଳିତ ବର୍ଷ ହାରାହାରି ଶତକଡ଼ା ମାର୍କ ହିସାବକୁ ଗ୍ରହଣ କରାଯିବ ନାହିଁ । ନାମଲେଖା ବେଳେ କେବଳ ପାସ ସାର୍ଟିଫିକେଟ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।