୧୫ରେ କଂଗ୍ରେସର ଓଡିଶା ବନ୍ଦ ଡାକରା

୧୫ରେ କଂଗ୍ରେସର ଓଡିଶା ବନ୍ଦ ଡାକରା

୧୫ରେ କଂଗ୍ରେସର ଓଡିଶା ବନ୍ଦ ଡାକରା
ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ କଂଗ୍ରେସ ବନ୍ଦ ଡାକରା ଦେଇଛି । ଏହି ବନ୍ଦରେ ସାରା ଓଡିଶା ବନ୍ଦ ରହିବ । ଅଖ ଚକ କିଛି ଚାଲିବ ନାହିଁ । ସକାଳ ୭ଟାରୁ ଦିନ ୧ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଓଡିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ବନ୍ଦକୁ ସହଯୋଗ କରିବେ ବୋଲି ନିରଞ୍ଜନ ଆଶା ପ୍ରକଟ କରିଛନ୍ତି । ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ବୃଦ୍ଧି ପାଇବାରେ ଲାଗିଛି । ଓଡିଶାରେ ବର୍ତମାନ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ରହିଛି । ତୈଳ ଦର କିପରି କମା ଯାଇପାରିବ ଏହା କଂଗ୍ରେସ ଲକ୍ଷ୍ୟ ।