ଆସୁଛନ୍ତି ଐଶ୍ୱର୍ଯ୍ୟା
ଆସୁଛନ୍ତି ଐଶ୍ୱର୍ଯ୍ୟା
ମୁମ୍ବାଇ: ଢେର ମାସ ହେବ ବ୍ରେକ ନେଇଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ତାଙ୍କ ଫ୍ୟାନ୍ସ ପରଦାରେ ତାଙ୍କୁ ଦେଖିବାକୁ ଇଚ୍ଛୁକ ରହିଛନ୍ତି। ଏବେ ତାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ଆସିଛି। ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଫିଲ୍ମ ‘ପୋନ୍ନିୟନ ସେଲଭାନ୍’ର ରିଲିଜ ଡେଟ୍ ଘୋଷଣା ହୋଇଛି। ଫିଲ୍ମଟି ଆସନ୍ତା ୩୦ ଡିସେମ୍ବର ୨୦୨୨ରେ ରିଲିଜ ହେବ ବୋଲି ଖବର ମିଳିଛି।
ମଣିରତ୍ନମଙ୍କ ଏହି ଫିଲ୍ମର ପ୍ରଥମ ଝଲକ ଦେଖି ଫ୍ୟାନ୍ସ ଐଶ୍ୱର୍ଯ୍ୟାଙ୍କର ଦିଓ୍ଵାନା ହୋଇଯାଇଛନ୍ତି। ଏହା ଏକ ପରିୟଡ ଡ୍ରାମା ଫିଲ୍ମ। ଯାହାର କାହାଣୀ ଦ୍ୱାଦଶ ଶତାବ୍ଦୀର ଚୋଳ ସାମ୍ରାଜ୍ୟର ବୋଲି କୁହାଯାଉଛି। ଏହି ଫିଲ୍ମ କ୍ଲାସିକ ତାମିଲ ଉପନ୍ୟାସ ‘ପୋନ୍ନିୟନ ସେଲଭନ’ ଉପରେ ଆଧାରିତ। କଲକୀ ଏହି ଉପନ୍ୟାସକୁ ୧୯୯୫ରେ ଲେଖିଥିଲେ। ଏହି ଫିଲ୍ମକୁ ଲାଇକା ପ୍ରଡକ୍ସନ ଏବଂ ମାଡ୍ରାସ ଟକିକ୍ ସହିତ ପ୍ରଡ୍ୟୁସ କରାଯାଉଛି। ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଫିଲ୍ମରେ ମୁଖ୍ୟ ଭୂମିକାରେ ବିକ୍ରମ, ଜୟମ ରବି, କାର୍ତ୍ତି ଏବଂ ଶୋଭିତା ଧୁଲିପାଲ ନଜର ଆସିବେ। ଏମାନଙ୍କର ମଧ୍ୟ ପ୍ରଥମ ଲୁକ୍ ସାମ୍ନାକୁ ଆସିସାରିଛି।
ଏହି ଫିଲ୍ମ ତାମିଲ, ହିନ୍ଦୀ, ତେଲଗୁ, ମାଲାୟଲମ ଏବଂ କନ୍ନଡ ଭାଷାରେ ରିଲିଜ ହେବ। ଏହି ଫିଲ୍ମକୁ ନିର୍ମାଣ କରିବା ପାଇଁ ୫୦୦ କୋଟି ବଜେଟ୍ ଲାଗିବ ବୋଲି ଆକଳନ କରାଯାଉଛି। ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ଡବଲ ରୋଲରେ ନଜର ଆସିବେ। ୨୦୧୮ରେ ଐଶ୍ୱର୍ଯ୍ୟା ଶେଷ ଥର ପାଇଁ ଫନେ ଖାଁରେ ନଜର ଆସିଥିଲେ।




admin 