ୟୁକ୍ରେନ୍ର ରାଜଧାନୀ କିବ୍ରେ ଘନଘନ ବୋମା ବର୍ଷା
ୟୁକ୍ରେନ୍ର ରାଜଧାନୀ କିବ୍ରେ ଘନଘନ ବୋମା ବର୍ଷା
କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୯ମ ଦିନରେ ରାଜଧାନୀ କିବ୍ରେ ରୁଷ ସେନା ଘନଘନ ବୋମା ବିସ୍ଫୋରଣ କରୁଛନ୍ତି। କିବ୍ରେ ଭୟଙ୍କର ବିସ୍ଫୋରଣ ହେଉଛି। ସହର ସଂପୂର୍ଣ୍ଣ ଛିନ୍ଛତ୍ର ହୋଇଯାଇଛି। ସହରରେ ବହୁତ କ୍ଷୟକ୍ଷତି ହୋଇଛି। ସରକାରୀ କୋଠ ଧ୍ବଂସସ୍ତୂପରେ ପରିଣତ ହୋଇଛି। ଯେକୌଣସି ପରିସ୍ଥିତିରେ ରାଜଧାନୀ କିଭ୍କୁ ଦଖଲ କରାଯିବ ବୋଲି ଋଷ ପଣ କରିଛି । ତେଣୁ ଘନଘନ କ୍ଷେପଣାସ୍ତ୍ର ମାଡ କରାଯାଉଛି । ଯୁଆଡ଼େ ଦେଖବ ସେଠି କେବଳ କଳା ଧୂଆଁ। ସେହିପରି ୠଷ ଆଜି ୟୁରୋପର ସବୁଠାରୁ ବଡ ନୁ୍ୟକ୍ଲିୟର ବା ପରମାଣୁ ପ୍ଲାଣ୍ଟ ଉପରେ ହମଲା କରିଛି । ଏହି ପରମାଣୁ ପ୍ଲାଣ୍ଟଟି ୟୁକ୍ରେନର ଜାପୋରିଝଝିଆରେ ରହିଛି ।
ରୁଷ ଏଠାରେ ବୋମା ମାଡ କରିବାରୁ ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି । ନିଆଁ ଲିଭାଇକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ୟମ କରୁଥିଲେ ହେଁ ଏଥିରେ ସଫଳ ହୋଇନାହାନ୍ତି । କାରଣ ପ୍ଲାଣ୍ଟ ଉପରେ ବୋମା ମାଡ କରିବା ପରେ ସ୍ଥାନୀୟ ଅଞ୍ଚଳରେ ରୁଷ ସୈନ୍ୟମାନେ ଆଖିବୁଜା ଗୁଳି ଚଳାଉଛନ୍ତି । ଫଳରେ ନିଆଁ ଲିଭାଇବାରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ନିଆଁ ଲିଭାଇରେ ସହଯୋଗ କରିବାକୁ ଋଷକୁ ଅନୁମତି ମାଗିଛନ୍ତି ।
ଗତକାଲି ରାତିରୁ ଜାପୋରିଝଝିଆରେ ରୁଷ ବୋମା ମାଡ କରିଚାଲିଛି । ଆକ୍ରମଣ ଚାଲିଥିବା ବେଳେ ହଠାତ୍ ପ୍ଲାଣ୍ଟର ଗୋଟିଏ ଜେନେରେଟିଂ ୟୁନିଟରେ ବୋମା ମାଡ ହୋଇଥିଲା । ଫଳରେ ପ୍ଲାଣ୍ଟର ଗୋଟିଏ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । ଏବେ ପ୍ଲାଣ୍ଟ ନିକଟରେ ରୁଷ ସୈନ୍ୟମାନେ ରହି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା କର୍ମଚାରୀଙ୍କୁ ଗୁଳି କରୁଛନ୍ତି ।
ଯଦି ସଂପୂର୍ଣ୍ଣ ନୁ୍ୟକ୍ଲିୟର ପ୍ଳାଣ୍ଟରେ ନିଆଁ ଲାଗିଯିବ, ତା’ହେଲେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମତ୍ରୋ କୁଲେବା କହିଛନ୍ତି । ସେ କହିଛନ୍ତି, “ନିଆଁ ପ୍ଲାଣ୍ଟର ଗୋଟିଏ ୟୁନିଟରୁ ଆଉ ଗୋଟିଏ ୟୁନିଟକୁ ବ୍ୟାପୁଛି । ତେଣୁ ରୁଷ ତୁରନ୍ତ ଯୁଦ୍ଧ ବିରତି ଲାଗୁ କରୁ । ଅଗ୍ନିଶମ କର୍ମଚାରୀଙ୍କୁ ସେଠାକୁ ଯିବା ଅନୁମତି ଦେଉ ଓ ଉକ୍ତ ଅଞ୍ଚଳରେ ସିକୁ୍ୟରିଟ ଜୋନ ତିଆରି କରାଯାଉ ।”