ଆସିଲା ତାଲିବାନୀଙ୍କ ଅସଲ ରୂପ, ମହିଳାଙ୍କ ପାଇଁ ଜାରି ହେଲା ଏଭଳି ନିୟମ
ଆସିଲା ତାଲିବାନୀଙ୍କ ଅସଲ ରୂପ, ମହିଳାଙ୍କ ପାଇଁ ଜାରି ହେଲା ଏଭଳି ନିୟମ
କାବୁଲ: ଆଫଗାନିସ୍ତାନର ତାଲିବାନ ଶାସକ ମହିଳାଙ୍କୁ ସମ୍ମାନ ଦିଆଯିବ ବୋଲି ଘୋଷଣା କରିଥିଲେ ମଧ୍ୟ ଗୋଟିକ ପରେ ଗୋଟିଏ ବିପରୀତ ପଦକ୍ଷେପ ଗ୍ରହଣ କରି ଚାଲିଛି । ଜାରି ସାନି ମାର୍ଗଦର୍ଶିକା ଅନୁସାରେ ଦେଶର କୌଣସି ଟେଲିଭିଜନ (ଟିଭି) ଚ୍ୟାନଲରେ ମହିଳାଙ୍କ ଅଭିନୀତ କାର୍ୟ୍ୟକ୍ରମ ତଥା ଚଳଚ୍ଚିତ୍ର ପ୍ରସାରଣ କରାଯାଇପାରିବ ନାହିଁ; ଅର୍ଥାତ କୌଣସି ଟେଲିଭିଜନ କାର୍ୟ୍ୟକ୍ରମ କିମ୍ବା ଚଳଚ୍ଚିତ୍ରରେ ମହିଳାମାନେ ଅଭିନୟ କରିପାରିବେ ନାହିଁ । ଖବର ପାଠ କରୁଥିବା ମହିଳା ସାମ୍ବାଦିକ ଓ କାର୍ୟ୍ୟକ୍ରମ ଉପସ୍ଥାପିକାମାନେ ହିଜାବ ପିନ୍ଧିବା ବାଧ୍ୟ ବୋଲି ନିଦେ୍ର୍ଧଶନାମା ଜାରି ହୋଇଛି । ଆଫଗାନିସ୍ତାନ କିମ୍ବା ଇସଲାମ ବିରୋଧୀ କାର୍ୟ୍ୟକ୍ରମ କିମ୍ବା ଦୃଶ୍ୟ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।




admin 