ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧା ଭାରତରେ କୋଭିଡ ୧୦ ଲକ୍ଷ ଟପିବ : ଆମେରିକା

ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧା ଭାରତରେ କୋଭିଡ ୧୦ ଲକ୍ଷ ଟପିବ : ଆମେରିକା

ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧା ଭାରତରେ କୋଭିଡ ୧୦ ଲକ୍ଷ ଟପିବ : ଆମେରିକା
ୱାସିଂଟନ: ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧା ଭାରତରେ କୋଭିଡ ଜନିତ ମୋଟ ମୃତୁ୍ୟସଂଖ୍ୟା ୧୦ ଲକ୍ଷ ୧୯ ହଜାର ହୋଇଯିବ ବୋଲି ଆମେରିକାର ଏକ ପ୍ରମୁଖ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ ଭବିଷ୍ୟବାଣୀ କରିଛି । ଏପି୍ରଲ ୨୫ ରୁ ୩୦ ଭିତରେ ମିଳିଥିବା ପରିସଂଖ୍ୟାନକୁ ତର୍ଜମା କରି ଏଭଳି ଚେତାବନୀ ଦିଆଯାଇଥିବା ବେଳେ ଅତି ଖରାପ ସ୍ଥିତିରେ ଏହି ମୃତୁ୍ୟ ସଂଖ୍ୟା ୧୨ ଲକ୍ଷ ୨୦ ହଜାର ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଭାରତରେ ଜାରି ରହିଥିବା କୋଭିଡ-୧୯ ଦ୍ୱିତୀୟ ଲହର ସଂକ୍ରମଣକୁ କାବୁ କରିବା ଲାଗି ପର୍ଯ୍ୟାପ୍ତ କଠୋର ପଦକ୍ଷେପ ନ ନେଲେ ଦେଶ ଏପି୍ରଲ ପରଠାରୁ ଆଗାମୀ ତିନି ମାସ ଭିତରେ ଆଉ ୬ ଲକ୍ଷ ୩୦ ହଜାର ମୃତୁ୍ୟକୁ ଆମନ୍ତ୍ରଣ କରିବ ବୋଲି ଇନଷ୍ଟିଚୁ୍ୟଟ ଫର ହେଲଥ ମେଟି୍ରକସ ଆଣ୍ଡ ଇଭାଲୁ୍ୟସନ (ଆଇଏଚଏମଇ) ଆଶଙ୍କା କରିଛି । ପୂର୍ବରୁ ସେହି ତାରିଖ ସୁଦ୍ଧା ମୋଟ ମୃତୁ୍ୟ ସଂଖ୍ୟା ୯ ଲକ୍ଷ ୬୦ ହଜାର ହେବ ବୋଲି ଆଇଏଚଏମଇ ପୂର୍ବାନୁମାନ କରିଥିଲା । ଦେଶରେ ଏବେ କରୋନା ଯୋଗୁଁ ମୋଟ ମୃତୁ୍ୟ ସଂଖ୍ୟା ହେଉଛି ୨ ଲକ୍ଷ ୨୩ ହଜାର ୨୮୪ ।