ଆରୋଗ୍ୟ କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ପ୍ରଥମ
ଆରୋଗ୍ୟ କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ପ୍ରଥମ
admin
Oct 5, 2020 - 06:30
Updated: Oct 5, 2020 - 06:30
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏହାଛଡ଼ା ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ସଂଖ୍ୟା ବୃଦ୍ଧି ପାଇ ଆରୋଗ୍ୟ କ୍ଷେତ୍ରରେ ଭାରତ ବର୍ତ୍ତମାନ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି ।
ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ଦେଶରେ ୭୪୪୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬୨୩୮୧୬ରେ ପହଞ୍ଚôଛି । ସେହିପରି ଦେଶରେ ୯୩୪୪୨୭ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୫୫୮୬୭୦୩ କରୋନା ସଂକ୍ରମିତ ଆରୋଗ୍ୟ ହୋଇଛି । ଅନ୍ୟପକ୍ଷରେ ଗୋଟିଏ ଦିନରେ ଦେଶରେ ଆଉ ୯୦୩ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ଛୁଇଁଛି ।
ସୂଚନା ଯୋଗ୍ୟ ଯେ, ଦେଶରେ କରୋନା ଆରୋଗ୍ୟ ସଂଖ୍ୟା ସକ୍ରିୟ ସଂଖ୍ୟା ଠାରୁ ଅଧିକ ରହିଛି । ଯାହା ଆରୋଗ୍ୟ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । କରୋନା ସଂକ୍ରମଣରେ ବିଶ୍ୱରେ ପ୍ରଥମ ସ୍ଥାନରେ ଥିବା ଦେଶ ଆମେରିକାରେ କରୋନା ସଂକ୍ରମଣ ସଂଖ୍ୟା ୭୬୩୬୯୧୨ ରହିଥିବା ବେଳେ ସକ୍ରିୟ ସଂଖ୍ୟା ୨୫୭୩୨୬୩ ରହିଛି । ଆରୋଗ୍ୟ ସଂଖ୍ୟା ୪୮୪୯୦୩୮ ରହିଛି । ଯାହା ଭାରତର ଆରୋଗ୍ୟ ସଂଖ୍ୟାରୁ କମ ରହିଛି ।